33.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶଉତ୍ତର କୋରିଆ କ୍ଷେପଣାସ୍ତ୍ର ପରୀକ୍ଷାକୁ ଭାରତର ନିନ୍ଦା

ଉତ୍ତର କୋରିଆ କ୍ଷେପଣାସ୍ତ୍ର ପରୀକ୍ଷାକୁ ଭାରତର ନିନ୍ଦା

ନୂଆଦିଲ୍ଲୀ: ଉତ୍ତର କୋରିଆ ତରଫରୁ କେତେକ କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଥିବା ବେଳେ ଏହାକୁ ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ତରଫରୁ ନିନ୍ଦା କରାଯାଇଛି। ଉତ୍ତର କୋରିଆ ତରଫରୁ କ୍ଷେପଣାସ୍ତ୍ର ପରୀକ୍ଷା ଦ୍ବାରା ସେହି ଅଞ୍ଚଳରେ ଶାନ୍ତି ଓ ସ୍ଥିତାବସ୍ଥା ଗୁରୁତର ଭାବେ ପ୍ରଭାବିତ ହୋଇଥିବା ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରୁଚିକା ଖାମ୍ବୋଜ କହିଛନ୍ତି।

ଏପରି କରି ଉତ୍ତର କୋରିଆ ଜାତିସଂଘ ସୁରକ୍ଷା ପରିଷଦରେ ପାରିତ ପ୍ରସ୍ତାବକୁ ଉଲ୍ଲଙ୍ଘନ କରିଛି। ଉତ୍ତର କୋରିଆ ତୁରନ୍ତ କ୍ଷେପଣାସ୍ତ୍ର ପରୀକ୍ଷା ଭଳି ଉତ୍ତେଜନା ସୃଷ୍ଟିକାରୀ ପଦକ୍ଷେପ ନେବାରୁ ବିରତ ରହିବା ଉଚିତ୍‌ ବୋଲି ରୁଚିକା କହିଛନ୍ତି। ସେହିପରି ଜାତିସଂଘ ମହାସଚିବ ମଧ୍ୟ ଉତ୍ତର କୋରିଆର କ୍ଷେପଣାସ୍ତ୍ର ପରୀକ୍ଷାକୁ ନିନ୍ଦା କରିଛନ୍ତି। ସୂଚନାଥାଉ କି ଗୁରୁବାର ଉତ୍ତର କୋରିଆ ନିଜର ଏକ ବାଲାଷ୍ଟିକ୍‌ କ୍ଷେପଣାସ୍ତ୍ର ପରୀକ୍ଷା କରିଥିଲା, ଯାହାକି ଜାପାନ ସାଗରରେ ପଡ଼ିଥିଲା। ଏହାକୁ ନେଇ ଦକ୍ଷିଣ କୋରିଆ ତରଫରୁ ଆପତ୍ତି ଉଠାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking