27.1 C
Bhubaneswar
Friday, October 18, 2024
Homeଅପରାଧ୧୦ ଗ୍ରାମ ବ୍ରାଉନସୁଗର ଜବତ, ୨ ଗିରଫ

୧୦ ଗ୍ରାମ ବ୍ରାଉନସୁଗର ଜବତ, ୨ ଗିରଫ

ଭୁବନେଶ୍ୱର: କ୍ୟାପିଟାଲ ଥାନା ଅଞ୍ଚଳରେ ବେଆଇନ ବ୍ରାଉନସୁଗର କାରବାର ଚାଲିଥିବା ବିଶେଷ ସୁତ୍ରରୁ ପୁଲିସକୁ ଖବର ମିଳିଥିଲା । କ୍ୟାପିଟାଲ ଥାନା ଅଧିକାରୀ ପଦ୍ମନାଭ ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ସମ୍ପୃକ୍ତ ଥାନାର ଏକ ସ୍ପେଶାଲ ଟିମ୍ ୟୁନିଟ-୨ ଅନ୍ତର୍ଗତ କଂଗ୍ରେସ ଭବନ ପଛ ପାଖ ଲେନରେ ଅତର୍କିତ ଭାବେ ଚଢଉ କରିଥିଲେ ।

ଏହି ଚଢଉରେ ପୁଲିସ ଘଟଣା ସ୍ଥଳରୁ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ତାଙ୍କ ନିକଟରୁ ମୋଟ ୧୦ଗ୍ରାମ ବ୍ରାଉନ ସୁଗାର, ୩ଟି ମୋବାଇଲ ଫୋନ, ଗୋଟିଏ ବୁଲେଟ ମୋଟରସାଇକେଲ ଏବଂ ୮୭୦ଟଙ୍କା ଜବତ କରିଥିଲେ । ପଚରା ଉଚରା ସମୟରେ ଉଭୟ ଅଭିଯୁକ୍ତ ଏହି ବ୍ରାଉନ ସୁଗାର ସାଧାରଣ ଲୋକଙ୍କୁ ବିକ୍ରୟ ନିମନ୍ତେ ବେଆଇନ ଭାବେ ପାଖରେ ରଖିଥିବା କଥା ସ୍ୱୀକାର କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking