27.1 C
Bhubaneswar
Friday, October 18, 2024
Homeଖେଳଏସିଆନ୍ ସ୍କ୍ୱାଶ୍ ଚାମ୍ପିଅନ୍‌ଶିପ୍‌ରେ ଭାରତକୁ ସ୍ୱର୍ଣ୍ଣ

ଏସିଆନ୍ ସ୍କ୍ୱାଶ୍ ଚାମ୍ପିଅନ୍‌ଶିପ୍‌ରେ ଭାରତକୁ ସ୍ୱର୍ଣ୍ଣ

ଚିଓଙ୍ଗଜୁ(ସାଉଥ୍ କୋରିଆ):ଏଠାରେ ଚାଲିଥିବା ୨୧ତମ ଏସିଆନ୍ ସ୍କ୍ୱାଶ୍ ଟିମ୍ ଚାମ୍ପିଅନ୍‌ଶିପ୍‌ରେ ଭାରତୀୟ ପୁରୁଷ ଦଳ ପ୍ରଥମ ଥର ପାଇଁ ସ୍ୱର୍ଣ୍ଣପଦକ ଜିତିବାରେ ସକ୍ଷମ ହୋଇଛି । ଶୁକ୍ରବାର ଖେଳାଯାଇଥିବା ଫାଇନାଲ୍‌ରେ ଅଭିଜ୍ଞ ଖେଳାଳି ସୌରଭ ଘୋସାଲଙ୍କ ନେତୃତ୍ୱାଧୀନ ଦଳ କୁଏତ୍‌କୁ ୨-୦ରେ ହରାଇ ଏହି ରେକର୍ଡ ସଫଳତା ପାଇଛି । ଭାରତ ପକ୍ଷରୁ ଅମିତ୍ ଟଣ୍ଡନ୍ ପ୍ରତିଦ୍ୱନ୍ଦ୍ୱୀ ଅଲି ଆରାମେଜିଙ୍କୁ ୧୧-୫, ୧୧-୭, ୧୧-୪ରେ ପରାସ୍ତ କରିବା ପରେ ଅମାର୍ ଅଲ୍‌ତାମିମିଙ୍କୁ ୧୧-୯, ୧୧-୨, ୧୧-୩ରେ ପରାସ୍ତ କରି ଘୋସାଲ୍ ଭାରତକୁ ବିଜୟୀ କରାଇଥିଲେ । ଏହାପରେ ଅଭୟ ସିଂହ ଓ ଫଲାହ ମହମ୍ମଦଙ୍କ ମଧ୍ୟରେ ଖେଳାଯିବାକୁ ଥିବା ତୃତୀୟ ମ୍ୟାଚ୍‌ର କୌଣସି ପ୍ରାସଙ୍ଗକତା ନ ଥିବାରୁ ଏହା ଆଉ ଖେଳାଯାଇ ନଥିଲା ।

ପୂର୍ବରୁ ଏହି ପ୍ରତିଯୋଗିତାର ଗତ ଦୁଇଟି ସଂସ୍କରଣରେ ରୌପ୍ୟ ପଦକରେ ସନ୍ତୁଷ୍ଟ ଲାଭ କରିଥିବା ଭାରତୀୟ ପୁରୁଷ ଦଳ ଗ୍ରୁପ୍ ପର୍ଯ୍ୟାୟରେ ଅପରାଜେୟ ରହି ପୁଲ୍‌-ଏ”ରେ ଶୀର୍ଷରେ ରହିଥିଲା । ଦଳ ଏହି ପର୍ଯ୍ୟାୟରେ କତାର, ପାକିସ୍ତାନ, କୁଏତ୍‌, ସାଉଥ୍ କୋରିଆ ଓ ଚାଇନିଜ୍ ତାଇପେଇକୁ ପରାସ୍ତ କରିଥିବା ବେଳେ ପରେ ସେମିଫାଇନାଲ୍‌ରେ ମାଲେସିଆକୁ ୨-୧ରେ ହରାଇ ଫାଇନାଲ୍‌ରେ ପ୍ରବେଶ କରିଥିଲା । ଅନ୍ୟପକ୍ଷରେ ଏହି ଟୁର୍ଣ୍ଣାମେଣ୍ଟ୍‌ରେ ଭାରତୀୟ ମହିଳା ଦଳ ସେମିଫାଇନାଲ୍‌ରେ ମାଲେସିଆଠାରୁ ୧-୨ରେ ପରାସ୍ତ ହୋଇ ବ୍ରୋଞ୍ଜ୍ ପଦକରେ ସନ୍ତୁଷ୍ଟ ହୋଇଛି । ପୂର୍ବରୁ ଦଳ ପୁଲ୍‌-ବି’ରେ ୨ଟି ବିଜୟ ଓ ଗୋଟିଏ ପରାଜୟ ସହ ଦ୍ୱିତୀୟ ସ୍ଥାନରେ ରହିଥିଲା । ଏହି ପର୍ଯ୍ୟାୟରେ ମହିଳା ଦଳ ଇରାନ୍ ଓ ସିଙ୍ଗାପୁରକୁ ୩-୦ରେ ହରାଇଥିଲେ ହେଁ ହଂକଂଠାରୁ ୦-୩ରେ ପରାସ୍ତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking