ଲକ୍ଷ୍ନୌ : ଉତ୍ତରପ୍ରଦେଶର ସାମ୍ଲି ଜିଲ୍ଲା ଅନ୍ତର୍ଗତ କାଇରାନା ଗ୍ରାମ ନିବାସୀ ଅଜିମ ମନ୍ସୁରୀଙ୍କ ବହୁଦିନର ସ୍ୱପ୍ନ ପୂରଣ ହୋଇଛି । ଅଜିମ୍ଙ୍କ ଉଚ୍ଚତା ମାତ୍ର ୨.୫ ଫୁଟ ହୋଇଥିବାରୁ ବିବାହ କରିବା ପାଇଁ ଉପଯୁକ୍ତ ପାତ୍ରୀ ମିଳୁନଥିଲେ । ଅଜିମ୍ ଦୀର୍ଘବର୍ଷ ହେଲା ପାତ୍ରୀ ସନ୍ଧାନରେ ରହିଥିବାବେଳେ ଏକଦା ଏହି ପ୍ରସଙ୍ଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ସହାୟତା ଲୋଡିଥିଲେ ।
ଶେଷରେ ଉତ୍ତରପ୍ରଦେଶର ହାପୁର ଜିଲ୍ଲା ନିବାସୀ ବୁର୍ସା ନାମ୍ନୀ ଜଣେ ଯୁବତୀଙ୍କ ସହ ଅଜିମଙ୍କ ବିବାହ ସମ୍ପନ୍ନ ହୋଇଛି । ବୁର୍ସାଙ୍କ ଉଚ୍ଚତା ୩ ଫୁଟ ହୋଇଥିବାବେଳେ ସେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି । ବିବାହ ଉତ୍ସବରେ ଅତିଥିଙ୍କ ଅସମ୍ଭବ ଭିଡ ପରିଲକ୍ଷିତ ହେବାରୁ ପୁଲିସର ସହାୟତା ନେବାକୁ ପଡିଥିଲା । ୩୨ ବର୍ଷୀୟ ଅଜିମ ଏକ କସ୍ମେଟିକ୍ ଦୋକାନ ଚଳାଉଛନ୍ତି ।