28.1 C
Bhubaneswar
Friday, November 22, 2024
Homeଦେଶ ବିଦେଶଦିଲ୍ଲୀ ଜୋତା ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ, ୨ ମୃତ

ଦିଲ୍ଲୀ ଜୋତା ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ, ୨ ମୃତ

ନୂଆଦିଲ୍ଲୀ: ଦିଲ୍ଲୀର ନରେଲାରେ ଥିବା ଏକ ଜୋତା ଫ୍ୟାକ୍ଟ୍ରିରେ ମଙ୍ଗଳବାର ସକାଳେ ଅଗ୍ନିକାଣ୍ଡ ଘଟି ୨ ଜଣ କର୍ମଚାରୀ ପ୍ରାଣ ହରାଇଛନ୍ତି । ଫ୍ୟାକ୍ଟ୍ରି ଭିତରେ ଥିବା ପଲିୟୁରେଥେନ୍ ମେସିନ୍‌ରେ ବ୍ଲାଷ୍ଟ୍ କାରଣରୁ ଅଗ୍ନିକାଣ୍ଡ୍ ଘଟିଥିବା କୁହାଯାଉଛି । ଫାୟାର୍ ବ୍ରିଗେଡ୍ ସୂଚନା ଅନୁସାରେ ସକାଳ ସାଢ଼େ ୮ଟା ବେଳେ ଫ୍ୟାକ୍ଟ୍ରିର ତୃତୀୟ ମହଲରେ ଅଗ୍ନିକାଣ୍ଡ ଘଟିଛି ।

ଅଗ୍ନିକାଣ୍ଡ ବେଳେ ଫ୍ୟାକ୍ଟ୍ରିରେ ୧୦୦ ଶ୍ରମିକ ଉପସ୍ଥିତ ଥିଲେ । ଫାୟାର୍ ବ୍ରିଗେଡ୍ ଟିମ୍ ସିଢ଼ି ଦ୍ୱାରା ୨୦ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଦୁଇଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୮ ଜଣ ଗୁରୁତର ଭାବେ ପୋଡ଼ିଯାଇଛନ୍ତି । ଅଗ୍ନିକାଣ୍ଡ ବେଳେ ବିଲ୍ଡିଂରେ ଧୂଆଁ ଭର୍ତ୍ତି ହୋଇଯାଇଥିଲା ଏବଂ ନିଆଁକୁ ସମ୍ପୂର୍ଣ୍ଣ ଭାବେ କାବୁ କରାଯାଇଥିବା ଫାୟାର୍ ବ୍ରିଗେଡ୍ ଅଧିକାରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଏବେ କୁଲିଂ ପାଇଁ ବହୁ ସମୟ ଲାଗିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking