ଯାଜପୁର: ସୁରକ୍ଷା ବୀମା ଯୋଜନାରେ ଭୂବନେସ୍ବର ମଣ୍ଡଳରେ ଭିକିପୁର ଗ୍ରାହକ ସେବାକେନ୍ଦ୍ର ସମ୍ବର୍ଦ୍ଧିତ
ବଭାରତ ସରକାରଙ୍କ ବିତ୍ତୀୟ ପରିଯୋଜନା କାର୍ଯ୍ୟକ୍ରମରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ସର୍ବାଧିକ ସହଭାଗିତା ରହିଛି। ପ୍ରଧାନମନ୍ତ୍ରୀ ଜନଧନ ଖାତା ଖୋଲିବା ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଲୋକଙ୍କ ଜୀବନ ସୁରକ୍ଷା ନିମନ୍ତେ (ଏପିୱଆଇ,ପିଏମ ଏସବିୱଆଇ, ଜେଜେୱଆଇ ) କେନ୍ଦ୍ର ସରକାରଙ୍କ ବିତ୍ତୀୟ ପରିଯୋଜନା କାର୍ଯ୍ୟକ୍ରମ ମାଧ୍ୟମରେ ଷ୍ଟେଟ ବ୍ୟାଙ୍କ ଗ୍ରାହକ ସେବାକେନ୍ଦ୍ରଗୁଡିକ ସର୍ବାଧିକ ସଫଳତା ହାସଲ କରିଛନ୍ତି। ଏହି ପରିଯୋଜନା ଅଧୀନରେ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରାଳୟ ଅନ୍ତର୍ଗତ ଆଜାଦୀ କି ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ମାଧ୍ୟମରେ ଗତ ଅଗଷ୍ଟ ୧ତାରିଖରୁ ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ମୋଉସୁମି ଅଭିଯାନ ଆରମ୍ଭ କରି ସବାଧିକ ସୁରକ୍ଷା ବୀମା କରିବା ନିମନ୍ତେ ଆହ୍ବାନ ଦେଇଥିଲେ। ଏହି ଅଭିଯାନରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଭୂବନେସ୍ବର ମଣ୍ଡଳ -୨ ଅଧୀନରେ ଥିବା ଯାଜପୁର ରୋଡ଼ ମୁଖ୍ୟ ଶାଖାର ଭିକିପୁର ଗ୍ରାହକ ସେବାକେନ୍ଦ୍ର ସର୍ବାଧିକ ସୁରକ୍ଷା ବୀମା କରି ସମ୍ବର୍ଦ୍ଧିତ ହୋଇଛି । ଏନେଇ ରବିବାର ଭୁବନେଶ୍ବର ମଣ୍ଡଳ ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ଭୁବନେଶ୍ୱର ରେଳ ଅଡିଟୋରିୟମରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ସମାରୋହରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଭୂବନେସ୍ବର ମଣ୍ଡଳ ସିଜିଏମ ଚନ୍ଦ୍ର ଶେଖର ଶର୍ମା ଏବଂ ଡିଜିଏମ(ଏଫ ଆଇ) ମନମୋହନ ସ୍ବାଇଁ ଭିକିପୁର ଗ୍ରାହକ ସେବାକେନ୍ଦ୍ର ପରିଚାଳକ ଯଜ୍ଞଦତ୍ତ ତ୍ରିପାଠୀଙ୍କୁ ମୋସୁମ ଅଭିଯାନରେ ସଫଳତା ପାଇଁ ଅଭିନନ୍ଦନ ଜଣାଇବା ସହିତ ଟ୍ରଫି, ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ନିଜ ବକ୍ତବ୍ୟରେ ସିଜିଏମ ଶ୍ରୀ ଶର୍ମା ଏହି ଅଭିଯାନରେ ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହିତ ଅଭିଯାନକୁ ଗତିଶୀଳ କରାଇବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଏଲ ଏଚ ଓ, ସମସ୍ତ ଆରବିଓ,ବିସି ମାନଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ।