19.1 C
Bhubaneswar
Tuesday, November 19, 2024
Homeଦେଶ ବିଦେଶସରକାରୀ ହସ୍ପିଟାଲରେ ମହିଳା ରୋଗୀଙ୍କୁ ଦୁର୍ବବ୍ୟବହାର

ସରକାରୀ ହସ୍ପିଟାଲରେ ମହିଳା ରୋଗୀଙ୍କୁ ଦୁର୍ବବ୍ୟବହାର

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ଏକ ଜିଲ୍ଲା ହସ୍ପିଟାଲରେ ମହିଳା ରୋଗୀଙ୍କ ସହିତ ଦୁର୍ବବ୍ୟବହାର ମାମଲା ସାମ୍ନାକୁ ଆସିଛି । ଏହି ସମ୍ପୂର୍ଣ୍ଣ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି । କୁହାଯାଉଛି କି ଏହି ଭିଡିଓ ସୀତାପୁର ଜିଲ୍ଲା ହସ୍ପିଟାଲର । ହସ୍ପିଟାଲ ପ୍ରଶାସନ ଏହି ସମ୍ପୂର୍ଣ୍ଣ ମାମଲାରେ ଷ୍ଟାଫଙ୍କୁ ସପୋର୍ଟ କରିଛି । ଭାଇରାଲ ଭିଡିଓରେ ନଜର ଆସୁଛି କି ଜଣେ ନର୍ସ ମହିଳାଙ୍କ ଚୁଟି ଭିଡି ଭିଡି ତାଙ୍କୁ ବେଡ୍ ପର୍ଯ୍ୟନ୍ତ ଘୋଷାଡି ନେଉଛନ୍ତି । ଏହା ପରେ ନର୍ସ ତାଙ୍କ ଚୁଟି ଭିଡି ତାଙ୍କୁ ଖାଲି ବେଡକୁ ଠେଲି ଦେଉଛନ୍ତି । ଏହି ସମୟରେ ନର୍ସଙ୍କୁ ଜଣେ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ସାହାଯ୍ୟ କରୁଛନ୍ତି । ଏସବୁ କିଛି ଭାଇରାଲ ଭିଡିଓରେ ନଜର ଆସୁଛି । ଭାଇରାଲ ଭିଡିଓରେ ପ୍ରତିକ୍ରିୟା ଦେଇ ଜିଲ୍ଲା ହସ୍ପିଟାଲର ସିଏମଏସ୍ ଡ. ଆରକେ ସିଂହ ହସ୍ପିଟାଲ ଷ୍ଟାଫଙ୍କ ସପୋର୍ଟ ନେଇଛନ୍ତି । ସେ କହିଛନ୍ତି କି ମହିଳା ରୋଗୀ ଜଣକ ଅତି ହିଂସ୍ର ହୋଇଯାଇଥିଲେ । ସେ ଜଣାଇଛନ୍ତି କି ୧୮ ଅକ୍ଟୋବରରେ ମହିଳା ରୋଗୀଙ୍କୁ ଭର୍ତ୍ତି କରାଯାଇଥିଲା । ସିଏମଏସଙ୍କ ଅନୁସାରେ ୧୯ ଅକ୍ଟୋବର ରାତି ୧୨ଟାରୁ ୧ଟା ସୁଦ୍ଧା ମହିଳା ୱାଶରୁମ୍ ପାଖକୁ ଯାଇଥିଲେ ଏବଂ ଅଚାନକ ଉଗ୍ର ରୂପ ଧାରଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking