21.1 C
Bhubaneswar
Monday, November 18, 2024
Homeଦେଶ ବିଦେଶମୋରବି ଦୁର୍ଘଟଣାରେ ୯ ଗିରଫ, ସଂଖ୍ୟା ବଢିବା ଆଶଙ୍କା

ମୋରବି ଦୁର୍ଘଟଣାରେ ୯ ଗିରଫ, ସଂଖ୍ୟା ବଢିବା ଆଶଙ୍କା

ମୋରବି: ଗୁଜରାଟର ମୋରବିରେ ଝୁଲନ୍ତାପୋଲ ଭୁଶୁଡିବା ଘଟଣାରେ ଏ ପର୍ଯ୍ୟନ୍ତ ୧୪୦ରୁ ଉର୍ଦ୍ଧ୍ଵ ଲୋକଙ୍କ ପ୍ରାଣହାନୀ ଘଟି ସାରିଛି। ସାତ ମାସର ମରାମତି ପରେ ବିନା ଫିଟନେସ୍ ପ୍ରମାଣ ପତ୍ରରେ କେମିତି ପୋଲ ଖୋଲିବାକୁ ଅନୁମତି ଦିଆଗଲା ସେ ନେଇ ପ୍ରଶ୍ନ ଉଠିଛି। ଘଟଣାରେ ଏ ପର‌୍ୟ୍ୟନ୍ତ ନଅ ଜଣଙ୍କୁ ଗିରଫ କରାଯାଇଛି। ଏହା ପୂର୍ବରୁ ଏହି ନଅ ଜଣଙ୍କୁ ପୋଲିସ ଅଟକ ରଖି ପଚରା ଉଚୁରା କରୁଥିବା ଜଣା ପଡିଥିଲା। ଗିରଫକାରୀଙ୍କ ମଧ୍ୟରେ ଓରେଭା କମ୍ପାନିର ୨ ମ୍ୟାନେଜର, ୨ ଟିକେଟ୍ କ୍ଲର୍କ, ୩ ସିକ୍ୟୁରିଟି ଗାର୍ଡ ଏବଂ ୨ ମରାମତି କଣ୍ଟ୍ରାକ୍ଟର ସାମିଲ୍। ଆହୁରି ଲୋକ ଗିରଫ ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷେ ଏସଆଇଟି ନିଜର ତଦନ୍ତ ଆରମ୍ଭ କରି ଦେଇଛି।
ସୂତ୍ର ଅନୁଯାୟୀ, ବାସ୍ତବରେ ଯେଉଁ କମ୍ପାନିକୁ ପୋଲର କଣ୍ଟ୍ରାକ୍ଟ ଦିଆଯାଇଥିଲା, ଉକ୍ତ କମ୍ପାନି ଅନ୍ୟ ଏକ ଓରେଭା ନାମକ କମ୍ପାନିକୁ ରକ୍ଷଣାବେକ୍ଷଣ ଦାୟିତ୍ଵ ହସ୍ତାନ୍ତର କରିଥିଲା। ଆଉ ଏହି ତୃତୀୟ କମ୍ପାନି ନିୟମର ଖୋଲାଖୋଲି ଉଲ୍ଲଂଘନ କରିଥିବା ଜଣା ପଡିଛି। ପୋଲର ସୁରକ୍ଷା ମାନଦଣ୍ଡ ନପରଖି ଏବଂ ମୋରବି ନଗର ପାଳିକାର ଏନଓସି ବିନା ଝୁଲାପୋଲକୁ ସାଧାରଣ ଲୋକଙ୍କ ପାଇଁ ଖୋଲି ଦେଇଥିଲା। ଆଉ ଏବେ ବଡ ଅଘଟଣା ଘଟିଗଲା। ଦୁଃଖଦାୟକ ଘଟଣା ପାଇଁ ତୃତୀୟ କମ୍ପାନିକୁ ସଂପୂର୍ଣ୍ଣ ରୂପେ ଦାୟୀ କରାଯାଇଛି। ଘଟଣା ପରଠୁ କମ୍ପାନିର ଅନେକ ଅଧିକାରୀ ଫେରାର ମାରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking