19.1 C
Bhubaneswar
Monday, November 25, 2024
Homeଦେଶ ବିଦେଶଗୁଜରାଟ ସରକାରଙ୍କ ବଡ଼ ନିଷ୍ପତ୍ତି: ୟୁନିଫର୍ମ ସିଭିଲ୍ କୋଡ୍ ପାଇଁ ଗଠିତ ହେବ କମିଟି

ଗୁଜରାଟ ସରକାରଙ୍କ ବଡ଼ ନିଷ୍ପତ୍ତି: ୟୁନିଫର୍ମ ସିଭିଲ୍ କୋଡ୍ ପାଇଁ ଗଠିତ ହେବ କମିଟି

ଅହମ୍ମଦାବାଦ: ଗୁଜରାଟରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତିକ୍ରମେ ୟୁନିଫର୍ମ ସିଭିଲ୍ କୋଡ୍ ଚାଲ୍ ଖେଳିଛନ୍ତି । ଏଥିପାଇଁ ଏକ କମିଟି ଗଠନ ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏ ସମ୍ପର୍କରେ ଗୁଜରାଟ ଗୃହ ମନ୍ତ୍ରୀ ହର୍ଷ ସାଙ୍ଘ୍‌ଭୀ ସୂଚନା ଦେଇଛନ୍ତି । ଗୁଜରାଟ କ୍ୟାବିନେଟ୍ ୟୁନିଫର୍ମ ସିଭିଲ୍ କୋଡ୍ (ସମାନ ନାଗରିକ ସଂହିତା) ଲାଗୁ ଉଦ୍ଦେଶ୍ୟରେ କମିଠି ଗଠନକୁ ମଞ୍ଜୁରୀ ଦେଇଥିବା ସେ କହିଛନ୍ତି । ସାଙ୍ଘଭୀ କହିଛନ୍ତି ଶନିବାର ଆୟୋଜିତ ରାଜ୍ୟ ମନ୍ତ୍ରିମଣ୍ଡଳ ବୈଠକ କମିଟି ଗଠନ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏହା ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ୍‌ଙ୍କ ନେତୃତ୍ୱରେ ଅନ୍ତିମ କ୍ୟାବିନେଟ୍ ବୈଠକ ବୋଲି କୁହାଯାଉଛି । କାରଣ ନଭେମ୍ବର ପ୍ରଥମ ସପ୍ତାହରେ ରାଜ୍ୟ ବିଧାସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି ।

କମିଟିର ଅଧ୍ୟକ୍ଷତା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି କରିବେ ଏବଂ ଏଥିରେ ତିନିରୁ ଚାରିଜଣ ସଦସ୍ୟ ରହିବେ ବୋଲି କେନ୍ଦ୍ରମନ୍ତ୍ରୀ ପୁରୁଷୋତ୍ତମ ରୂପାଲା କହିଛନ୍ତି । ଏହା ପୂର୍ବରୁ ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶର ବିଜେପି ସରକାର ନିଜ ରାଜ୍ୟରେ ୟୁନିଫର୍ମ ସିଭିଲ୍ କୋଡ୍ ଲାଗୁ ପାଇଁ ଘୋଷଣା କରିସାରିଛନ୍ତି । ସୂଚନାଯୋଗ୍ୟ, ନିକଟରେ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ୟୁନିଫର୍ମ ସିଭିଲ୍ କୋଡ୍ ଲାଗୁ କରିବା ନେଇ ସୁପ୍ରିମକୋର୍ଟରେ ଆଫିଡେଭିଟ୍ ଦେଇଥିଲେ । ଏଥିରେ କୁହାଯାଇଥିଲା ଯେ କେନ୍ଦ୍ର ସରକାର ୟୁନିଫର୍ମ ସିଭିଲ୍ କୋଡ୍ ଉପରେ କୌଣସି ଆଇନ ପ୍ରସ୍ତୁତ କିମ୍ବା ଏହା ଲାଗୁ କରିବା ପାଇଁ ସଂସଦକୁ ନିର୍ଦ୍ଦେଶ ଦେଇପାରିବେ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking