ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଏକ ଭୟଙ୍କର ଦୃଶ୍ୟ ସାମ୍ନାକୁ ଆସିଛି । ନିଜ ପ୍ରେମିକକୁ ବିବାହ କରିନପାରି ନିରାଶ ହୋଇଥିବା ଜଣେ ମହିଳା ନିଜ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି । ମହିଳା ଜଣକ ଅତି ନିଷ୍ଠୁରତାର ସହ ତାଙ୍କ ସ୍ବାମୀଙ୍କୁ ହତ୍ୟା କରିଛନ୍ତି । ଆଉ ଏହି ହତ୍ୟାକୁ ଏକ ସୁଚିନ୍ତିତ ଢଙ୍ଗରେ ସେ କରିଥିଲେ । ସ୍ୱାମୀଙ୍କ ବ୍ୟକ୍ତିଗତ ଅଙ୍ଗକୁ କାଟିଦେଲେ ଏବଂ ଏହି ମୃତ୍ୟୁର ଦୋଷ ତାଙ୍କୁ ଅନୁସରଣ କରୁଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କ ଉପରେ ଲଦି ଦେଲେ ।
ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ପୋଲିସ ଅଭିଯୁକ୍ତ ପତ୍ନୀ ଶ୍ୱେତା ଏବଂ ତାଙ୍କ ୨୫ ବର୍ଷିୟ ପ୍ରେମିକ ସୁରେଶ ଓରଫ ମୁଲି ସୁରୀକୁ ଗିରଫ କରିଛି । ପୋଲିସର ସୂଚନାନୁସାରେ, ଅକ୍ଟୋବର ୨୧ ରେ ୟେଲାହଙ୍କାର କୋଣ୍ଡାପ୍ପା ଲେଆଉଟ୍ ସ୍ଥିତ ଏକ ଘରେ ବୃତ୍ତିରେ ବୁଣାକାର ଥିବା ୩୯ ବର୍ଷିୟ ଚନ୍ଦ୍ରଶେଖରଙ୍କ ମୃତଦେହ ମିଳିଥିଲା । ପ୍ରଥମେ ମୃତକଙ୍କ ପତ୍ନୀ ଶ୍ୱେତା ଏହି ହତ୍ୟା ଅଭିଯୋଗ ଲୋକେଶଙ୍କ ଉପରେ କରିଥିଲେ । ମହିଳା ଅଭିଯୋଗ କରିଥିଲେ ଯେ ଲୋକେଶ ତାଙ୍କୁ ଅନୁସରଣ କରୁଥିଲେ । ଡିସେମ୍ବରରେ ଶ୍ୱେତା ଅନ୍ୟ ଏକ ମାମଲାକୁ ନେଇ ଲୋକେଶଙ୍କ ବିରୋଧରେ ପୋଲିସରେ ଅଭିଯୋଗ ମଧ୍ୟ କରିଥିଲେ ।
ପୋଲିସର ସୂଚନାନୁସାରେ, ଶ୍ୱେତା ପ୍ରେମିକ ସୁରେଶଙ୍କ ସହ ସମ୍ପର୍କ ରଖିଥିଲେ, କିନ୍ତୁ ସେ ୬ ମାସ ପୂର୍ବରୁ ଚନ୍ଦ୍ରଶେଖରଙ୍କ ସହ ଜବରଦସ୍ତ ବିବାହ କରିଥିଲେ । ବିବାହ ପରେ ଖୁବ ଶୀଘ୍ର ଚନ୍ଦ୍ରଶେଖର ଏବଂ ଶ୍ୱେତା ବେଙ୍ଗାଲୁରକୁ ଯାଇଥିଲେ, କିନ୍ତୁ ସୁରେଶଙ୍କ ସହ ଶ୍ୱେତାଙ୍କ ସମ୍ପର୍କ ଜାରି ରହିଥିଲା । ପୋଲିସ ଅଧିକାରୀ କହିଛନ୍ତି ଯେ ଚନ୍ଦ୍ରଶେଖରଙ୍କ ଅନୁପସ୍ଥିତିରେ ଶ୍ୱେତା ଏବଂ ସୁରେଶ ତାଙ୍କ ଘରେ ସାକ୍ଷାତ କରୁଥିଲେ । ଅଗଷ୍ଟରେ ଚନ୍ଦ୍ରଶେଖର ସେମାନଙ୍କ ସମ୍ପର୍କ ବିଷୟରେ ଜାଣିଥିଲେ ଏବଂ ସୁରେଶଙ୍କୁ ନଭେଟିବାକୁ ଶ୍ୱେତାଙ୍କୁ ଚେତାବନୀ ଦେଇଥିଲେ ।
ଏହା ପରେ ହିଁ ଚନ୍ଦ୍ରଶେଖରଙ୍କୁ ହତ୍ୟା କରିବାର ଯୋଜନା କରିଥିଲେ । ଚନ୍ଦ୍ରଶେଖରଙ୍କ ହତ୍ୟା ପାଇଁ ଶ୍ୱେତା ଲୋକେଶଙ୍କୁ ଦାୟୀ କରିବାକୁ ଚାହୁଁଥିଲେ, କିନ୍ତୁ ତାଙ୍କ କଲ ରେକର୍ଡ ସୁରେଶଙ୍କ ସହ ଥିବା ସମ୍ପର୍କକୁ ପ୍ରକାଶ କରିଥିଲା ।