ମୁମ୍ବାଇ : ପୁଣି ମୁସ୍କିଲରେ ପଡିଲେ କମେଡି କୁଇନ ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟା । ଡ୍ରଗ୍ସ ମାମଲାରେ ଭାରତୀ ଏବଂ ହର୍ଷଙ୍କୁ ଏନସିବି ୨୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି। ଏନସିବି ଦୁହିଁଙ୍କ ବିରୋଧରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି। ଏହି ମାମଲାରେ ଦୁହେଁ ପୂର୍ବରୁ ଜେଲ ମଧ୍ୟ ଯାଇଥିଲେ। ତେବେ ଏବେ ଦୁହେଁ ଜାମିନରେ ରହିଛନ୍ତି। ସୂଚନା ମୁତାବକ, ଏନସିବି କେମଡି କୁଇନ ଭାରତୀ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟା ବିପକ୍ଷରେ କୋର୍ଟରେ ୨୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି। ଏହି ଚାର୍ଜସିଟ୍ ଡ୍ରଗ୍ସ ମାମଲାରେ ଫାଇଲ କରାଯାଇଛି। ଏହି ମାମଲାରେ ପୂର୍ବରୁ ଦୁହେଁ ଗିରଫ ହୋଇଥିଲେ। ତା’ ପରେ ଦୁହେଁ ଜାମିନରେ ଆସିଥିଲେ। ପୂର୍ବରୁ ଏନସିବି ଏହି ଦମ୍ପତିଙ୍କ ଘରେ ମଧ୍ୟ ଚଢାଉ କରିଥିଲା ଯେଉଁଠୁ ଗଞ୍ଜେଇ ଜବତ କରିଥିଲା। ପରେ ପଚରାଉଚରା ବେଳେ ସେମାନେ ଡ୍ରଗ୍ସ ସେବନ କରିଥିବା ସ୍ୱୀକାର କରିଥିଲେ। ୨୦୨୦ରେ ଏନସିବି ଭାରତୀ ସିଂଙ୍କ ମୁମ୍ବାଇ ସ୍ଥିତ ଘରେ ଚଢାଉ କରିଥିଲା। ଏହି ସମୟରେ ଏନସିବି ୮୬.୫୦ ଗ୍ରାମ୍ ଗଞ୍ଜେଇ ଉଦ୍ଧାର କରିଥିଲା। ଏହି ମାମଲାରେ ଦୁହିଁଙ୍କୁ ଅନେକ ଘଣ୍ଟା ପଚରାଉଚରା କରାଯାଇଥିଲା। ଯେଉଁଠାରେ ଦମ୍ପତି ଡ୍ରଗ୍ସ ସେବନ କରିଥିବା ସ୍ୱୀକାର ମଧ୍ୟ କରିଥିଲେ। ଜଣେ ଡ୍ରଗ୍ ପେଡଲରଙ୍କୁ ଜେରା ବେଳେ ସେ ଭାରତୀଙ୍କ ନାଁ କହିଥିଲେ । ଭାରତୀଙ୍କ ଘର ସମେତ ମୁମ୍ବାଇର ଅନ୍ୟ ଦୁଇଟି ସ୍ଥାନରେ ମଧ୍ୟ ସର୍ଚ୍ଚ କରିଥିଲା ଏନସିବି ଟିମ୍ । ବର୍ତ୍ତମାନ ଏନସିବି ଏହି ମାମଲାରେ ୨୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି।