ଭୋପାଳ: ମଧ୍ୟପ୍ରଦେଶର ମୋରେନା ଜିଲ୍ଲା ଅନ୍ତର୍ଗତ ସଙ୍କ୍ ଷ୍ଟେସନ ନିକଟରେ ମଙ୍ଗଳବାର ଦ୍ରୁତଗାମୀ ଟ୍ରେନ୍ ଧକ୍କାରେ ରେଳବାଇ ସୁରକ୍ଷା ବଳ (ଆରପିଏଫ୍)ର ଦୁଇଜଣ ହେଡ୍ କନଷ୍ଟେବଳ ପ୍ରାଣ ହରାଇଛନ୍ତି । ମୃତକ ଦ୍ୱୟ ହେଲେ ଅଶୋକ କୁମାର ଓ ନବରାଜ ସିଂହ । ଏ ଦୁହେଁ ସଙ୍କ୍ ଷ୍ଟେସନରେ ଅଟକିଥିବା ଗ୍ୱାଲିୟର-ଆଗ୍ରା ପାସେଞ୍ଜର ଟ୍ରେନ୍କୁ ନିକଟସ୍ଥ ଟ୍ରାକ୍ରେ ଛିଡାହୋଇ ଯାଞ୍ଚ କରୁଥିବାବେଳେ ଦିଲ୍ଲୀରୁ ଆସୁଥିବା ଦୁରୋନ୍ତ ଏକ୍ସପ୍ରେସ୍ ସେମାନଙ୍କ ଉପରେ ଚଢିଯାଇଥିଲା । ରେଳ କର୍ତ୍ତୃପକ୍ଷ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।