23.1 C
Bhubaneswar
Friday, November 22, 2024
Homeବିଜିନେସ୍ଗୁଗଲ୍ ଉପରେ ୧୩୩୭.୭୬ କୋଟି ଜରିମାନା

ଗୁଗଲ୍ ଉପରେ ୧୩୩୭.୭୬ କୋଟି ଜରିମାନା

ନୂଆଦିଲ୍ଲୀ : ଆଣ୍ଡ୍ରଏଡ୍ ମୋବାଇଲ ଡିଭାଇସ୍ ଇକୋସିଷ୍ଟମରେ ଅବ୍ୟବସ୍ଥା ଯୋଗୁଁ ‘କମ୍ପିଟିସନ କମିଶନ ଅଫ୍ ଇଣ୍ଡିଆ’ ପକ୍ଷରୁ ବିଶ୍ୱର ସର୍ବବୃହତ ସର୍ଚ୍ଚ ଇଞ୍ଜିନ ଗୁଗଲ୍ ଉପରେ ୧୩୩୭.୭୬ କୋଟି ଟଙ୍କାର ଜୋରିମାନା ଲାଗୁ କରାଯାଇଛି । ଏଥିସହିତ ନିର୍ଦ୍ଧରିତ ସମୟସୀମା ମଧ୍ୟରେ ଏହି ଆଚରଣକୁ ସଂଶୋଧନ କରିବାକୁ ମଧ୍ୟ କମିଶନ ଚେତାବନୀ ଜାରି କରିଛନ୍ତି ।

ସ୍ମାର୍ଟଫୋନ୍‌ରେ ବିଭିନ୍ନ ଆପ୍ (ଆପ୍ଲିକେସନ୍‌) କାର୍ଯ୍ୟକାରୀ କରିବାକୁ ଅପରେଟିଂ ସିଷ୍ଟମ (ଓଏସ୍‌)ର ଆବଶ୍ୟକତା ପଡିଥାଏ । ୨୦୦୫ରେ ଆଣ୍ଡ୍ରଏଡ୍ ମୋବାଇଲରେ ଏଭଳି ଅପରେଟିଂ ସିଷ୍ଟମ କାର୍ଯ୍ୟକାରୀ କରିବାକୁ ଗୁଗଲ୍‌କୁ ଅଧିକାର ମିଳିଥିଲା । ପ୍ଲେ ଷ୍ଟୋର, ଗୁଗଲ୍ ସର୍ଚ୍ଚ, ଗୁଗଲ୍ କ୍ରୋମ୍‌, ୟୁଟ୍ୟୁବ୍ ଭଳି ଭାରତରେ କାର୍ଯ୍ୟକ୍ଷମ ଥିବା ଗୁଗଲ୍‌ର ବିଭିନ୍ନ ଆପ୍‌କୁ କମିଶନ ଯାଞ୍ଚ କରିବାପରେ ଅନିୟମିତତା ଦେଖିବାକୁ ମିଳିଥିଲା । ତେଣୁ ଜୋରିମାନା ଲାଗୁ କରାଯାଇଥିବା ପ୍ରକାଶ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking