20.1 C
Bhubaneswar
Friday, November 22, 2024
Homeଓଡିଶାଅର୍ଚ୍ଚନାଙ୍କ ବିଚାର ବିଭାଗୀୟ ହାଜତ ଅବଧି ବଢିଲା, ପାପ ଉଆସ ସେଇ ପାପୀମାନେ ତିଆରି କରିଥିଲେ

ଅର୍ଚ୍ଚନାଙ୍କ ବିଚାର ବିଭାଗୀୟ ହାଜତ ଅବଧି ବଢିଲା, ପାପ ଉଆସ ସେଇ ପାପୀମାନେ ତିଆରି କରିଥିଲେ

ଭୁବନେଶ୍ୱର: ରହସ୍ୟମୟୀ ମହିଳା ତଥା ଲେଡି ବ୍ଲାକମେଲର ଭାବେ ପରିଚତ ଅର୍ଚ୍ଚନା ନାଗ ପୁଣି ଜେଲର ଚାରିକାନ୍ଥ ମଧ୍ୟରେ ଦିନ ଗଣିବେ । ବଡ଼ବଡ଼ିଆଙ୍କୁ ବ୍ଲାକ୍‌ମେଲିଂ କରି ଅର୍ଥ ହଡ଼ପ କରି ଗିରଫ ହୋଇ ଜେଲରେ ଥିବା ରହସ୍ୟମୟୀ ମହିଳା ଅର୍ଚ୍ଚନା ନାଗଙ୍କ ବୁଧବାର ୧୪ଦିନିଆ ବିଚାର ବିଭାଗୀୟ ହାଜତ ଶେଷ ହୋଇଥିଲା । । ସୁରକ୍ଷା ଦୃଷ୍ଟି କୋଣରୁ ଅର୍ଚ୍ଚନା ଆଜି କୋର୍ଟରେ ହାଜର ହେବା ପରିବର୍ତ୍ତେ ଭିଡିଓ କନଫ୍ରେସିଂ ଜରିଆରେ ହାଜର ହୋଇଥିଲେ । ହେଲେ ଅର୍ଚ୍ଚନାଙ୍କ ବିଚାର ବିଭାଗୀୟ ହାଜତର ଅବଧିକୁ କୋର୍ଟ ବଢ଼ାଇ ଦେଇଛନ୍ତି । ସବୁଠାରୁ ବଡ଼ କଥା ହେଉଛି, କମିଶନରେଟ ପୁଲିସ ପକ୍ଷରୁ ଏହି ୧୪ ଦିନ ଭିତରେ ଅର୍ଚ୍ଚନାଙ୍କୁ ଜେରା କରାଗଲା ନାହିଁ ଏବରିକି ରିମାଣ୍ଡରେ ମଧ୍ୟ ଆଣାଗଲା ନାହିଁ । ତେଣୁ ପୁଲିସର ଏଭଳି ଦୁର୍ବଳ ତଦନ୍ତ ପାଇଁ ବିଭିନ୍ନ ବୁଦ୍ଧିଜିବୀ ମହଲରେ ଏକାଧିକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବଡ ବଡିଆଙ୍କୁ ମୁଖା ଖୋଲିଯିବା ଭୟରେ ପୁଲିସ ଏପରି ଢଙ୍କରେ ତଦନ୍ତ କରୁଥିବା ର୍ଚ୍ଚା ଜୋର ଧରିଛି । ସେପଟେ ଅକ୍ଟୋବର ୬ରେ ଗିରଫ ପରେ ଅର୍ଚ୍ଚନା ଝାରପଡ଼ା ଜେଲରେ ଦିନ କାଟୁଛନ୍ତି ।

ଅର୍ଚ୍ଚନାଙ୍କ ଓକିଲଙ୍କ ପକ୍ଷରୁ ହୋଇଥିବା ଜାମିନ ଆବେଦନକୁ ଗତ ସୋମବାର କୋର୍ଟ ଖାରଜ କରି ଦେଇଥିଲେ । ସେପଟେ ଅର୍ଚ୍ଚନାଙ୍କ ମାୟାଜାଲରେ କେଉଁ ବଡ଼ ବଡ଼ ନେତା, ଅଫିସର, ବିଲ୍ଡର, ଚଳଚ୍ଚିତ୍ର ପ୍ରଯୋଜକ ଫସିଛନ୍ତି, କାହା ବଳରେ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଏତେ କମ୍ ସମୟ ଭିତରେ ବିଶାଳ କଳା ସାମ୍ରାଜ୍ୟ ଛିଡ଼ା କରିଥିଲେ, ତାହା ଚର୍ଚ୍ଚା ହେଉଛି । ପୋଲିସ ଏହି ମାମଲାରେ ତଦନ୍ତକୁ ଜୋରଦାର ନ କରି ଦିନ ଗଢ଼ାଉଥିବାରୁ ଏକାଧିକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଜେଲରୁ ଅର୍ଚ୍ଚନା କେବେ ପଦାକୁ ଆସିବେ ଓ ଗଣମାଧ୍ୟମ ଆଗରେ ସମସ୍ତ ଘଟଣାର ସମ୍ପର୍କରେ ମୁହଁ ଖୋଲିବେ ଏ ନେଇ ଏବେ ଜନସାଧାରଣଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଯାଇଛି । ତେବେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଓ ସ୍ୱାମୀଙ୍କ ସହଯୋଗୀ ଖଗେଶ୍ୱରଙ୍କୁ ପୁଲିସ ତଦନ୍ତ ପରିସରଭୁକ୍ତ କରିବାରେ ଅହେତୁକ ଅବହେଳା ପଦର୍ଶନ କରୁଥିବା ଘଟଣାକୁ ବିଭିନ୍ନ ମହଲରୁ ନାବସନ୍ଦ କରାଯାଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking