30.1 C
Bhubaneswar
Saturday, October 5, 2024
Homeଅପରାଧଭୂତ ଘଉଡାଇବା ପାଇଁ ବିନା ବସ୍ତ୍ରରେ ପୂଜା କରିବାକୁ କହି ଶାଶୁ ବୋହୁକୁ ଦୁଷ୍କର୍ମ କଲା...

ଭୂତ ଘଉଡାଇବା ପାଇଁ ବିନା ବସ୍ତ୍ରରେ ପୂଜା କରିବାକୁ କହି ଶାଶୁ ବୋହୁକୁ ଦୁଷ୍କର୍ମ କଲା ତାନ୍ତ୍ରିକ

ଜୟପୁର: ଜୟପୁରରେ ଭୁତ ପ୍ରେତ ଡର ଦେଖାଇ ଶାଶୁ-ବୋହୂ ସହିତ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ତାନ୍ତ୍ରିକ ଜଣକ ରୋଗକୁ ଭୁତ ପ୍ରେତ କହି ଶାଶୁ ବୋହୂଙ୍କୁ ଉଲଗ୍ନ କରି ପୂଜା ପାଠ କରିବା ପାଇଁ କହି ଦୁଷ୍କର୍ମ କରିଛି । ଏମିତି ଘଟଣା ଘଟିଛି ଭାଙ୍କରୋଟା ଥାନା ଅଞ୍ଚଳରେ । ଅଭିଯୋଗ ଲାଗିଛି କି ପରିବାରର ଶାଶୁ-ବୋହୁଙ୍କଠୁ ପୁଜା ପାଠ ନାଁରେ ପ୍ରାୟ ୨୦ ଲକ୍ଷ ଟଙ୍କା ଠକି ନେଇଛି ଭଣ୍ଡ ତାନ୍ତ୍ରିକ ।

ଭାଙ୍କରୋଟା ଥାନା ଅଧିକାରୀ ରବିନ୍ଦ୍ର ପ୍ରତାପ ରିପୋର୍ଟ ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି କି ତାନ୍ତ୍ରିକ ୫୦ ବର୍ଷୀୟ ଶାଶୂଙ୍କୁ ରୋଗ ନାଁରେ ବିନା ବସ୍ତ୍ରରେ ପୂଜା କରିବା ବିଧି ଜଣାଇଲା ଏବଂ ପରେ ଦୁଷ୍କର୍ମ କରି ଅଶ୍ଲୀଳ ଭିଡିଓ ଉତ୍ତୋଳନ କଲା । ଏହା ପରେ ତାନ୍ତ୍ରିକ ବୋହୂକୁ ମଧ୍ୟ ନିଜ ଶିକାର କଲା । ବୋହୂକୁ ମଧ୍ୟ ବିନା ବସ୍ତ୍ରରେ ପୂଜା କରିବା ବାହାନାରେ ଦୁଷ୍କର୍ମ କରି ଅଶ୍ଲୀଳ ଭିଡିଓ ଉତ୍ତୋଳନ କଲା । ତାନ୍ତ୍ରିକ ଅଶ୍ଳୀଳ ଭିଡିଓ ଭାଇରାଲ କରିବା ଧମକ ଦେଇ ୪ ବର୍ଷ ପର୍ଯ୍ୟନ୍ତ ଦୁଷ୍କର୍ମ କଲା ।

ମହିଳାଙ୍କ ଦେହ ପ୍ରାୟତଃ ଭଲ ରହୁନଥିଲା । ସେ ଜଣଙ୍କଠୁ ତାନ୍ତ୍ରିକ ସମ୍ପର୍କରେ ଶୁଣିବାକୁ ପାଇଲେ । ତାକୁ ଯୋଗାଯୋଗ କରିବା ପରେ ଭଣ୍ଡ ତାନ୍ତ୍ରିକ କହିଲା କି ତାଙ୍କ ଘରେ ଭୂତ-ପ୍ରେତ ଅଛନ୍ତି । ଯାହା ଫଳରେ ତାଙ୍କ ଦେହ ଭଲ ହେଉନି । ଏଥିପାଇଁ ପୂଜା ପାଠ କରିବାକୁ ହେବ । ଆଉ ବାସ୍, ତା ପରେ ଆରମ୍ଭ ହୋଇଥିଲା ତାନ୍ତ୍ରିକର ବାହନା ଆଉ ରାଜୁତି । କେମିତି ପୂଜା ହେବ, କଣ କରିବାକୁ ହେବ ସବୁ ସେ ବତାଇ ଚାଲିଲା ଏବଂ ମହିଳା ଏବଂ ତାଙ୍କ ବୋହୂ ସବୁଥିରେ ରାଜି ହୋଇଥିଲେ । ସେ ବିନା ବସ୍ତ୍ରରେ ପୂଜା କରିବାକୁ କହି ପ୍ରଥମେ ଶାଶୁଙ୍କୁ ଦୁଷ୍କର୍ମ କରିଥିଲା ।  ପରେ ବୋହୂକୁ ମଧ୍ୟ ନିଜ ଶିକାର ବନାଇଲା । ତେବେ ଏନେଇ ଥାନାରେ ଅଭିଯୋଗ ହୋଇଛି ଏବଂ ଭଣ୍ଡ ତାନ୍ତ୍ରିକକୁ ଖୋଜୁଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking