ନୂଆଦିଲ୍ଲୀ: ଆଜି ଭାରତ ଓ ଭ୍ରମଣକରି ଦକ୍ଷିଣ ଆଫ୍ରିକା ମଧ୍ୟରେ ନିର୍ଣ୍ଣାୟକ ତଥା ତୃତୀୟ ଦିନିକିଆ ମ୍ୟାଚ ନୂଆଦିଲ୍ଲୀରେ ଖେଳାଯାଇଥିଲା । ଏହି ମ୍ୟାଚରେ ଭାରତ ଟସ୍ ଜିତି ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ସାଉଥ ଆଫ୍ରିକା ବ୍ୟାଟିଂ ବିପର୍ୟ୍ୟୟର ଶିକାର ହୋଇଥିଲା । ୨୭.୧ ଓଭରରେ ମାତ୍ର ୯୯ ରନରେ ଅଲଆଉଟ୍ ହୋଇଥିଲା। ଏହି ମ୍ୟାଚକୁ ଭାରତ ୩ଟି ୱିକେଟି ହରାଇ ୧୯ ଓଭର ଗୋଟିଏ ବଲରେ ୧୦୫ ରନ କରି ସହଜରେ ଜିତିନେଇଛି। ଏଥିସହ ଭାରତ ସିରିଜ ବିଜୟ ହୋଇଛି। ଭାରତ ପକ୍ଷରୁ ଶିଖର ଧାୱନ ୧୪ ବଲରେ ୮ ରନ କରି ଆଉଟ ହୋଇଥିବା ବେଳ ଇଶାନ କିଷନ ୧୮ ବଲରେ ୧୦ ରନ କରି ଆଉଟ ହୋଇଥିଲେ। ଗୋଟିଏ ପଟେ ପାରିକି ଶୁଭମନ ଗିଲ ସମ୍ଭାଳିଥିଲେ। ତାଙ୍କ ସହ ଶ୍ରେୟାସ ଆୟର ଯୋଗ ଦେଇଥିଲେ । ଶୁଭମନ ଗିଲ ୫୭ ବଲରେ ୪୯ ରନ କରି ଆଉଟ ହୋଇଥିବା ବେଳ ଶ୍ରେୟାସ ଆୟର ୨୩ ବଲରେ ୨୮ ରନ କରି ଅପରାଜିତ ରହିଥିଲେ। ସେହିପରି ସଞ୍ଜୁ ସାମସନ ୨ ବଲରେ ୨ ରନ କରି ଅପରାଜିତ ରହିଥିଲେ।