30.1 C
Bhubaneswar
Sunday, September 29, 2024
Homeଅପରାଧପତ୍ନୀ ସହ ଅନୈତିକ ସମ୍ପର୍କ ସନ୍ଦେହ: ସାଙ୍ଗକୁ ପଥରରେ ଛେଚି ହତ୍ୟାକଲା ସାଙ୍ଗ

ପତ୍ନୀ ସହ ଅନୈତିକ ସମ୍ପର୍କ ସନ୍ଦେହ: ସାଙ୍ଗକୁ ପଥରରେ ଛେଚି ହତ୍ୟାକଲା ସାଙ୍ଗ

ଉଦଳା: ସାଙ୍ଗ ସାଜିଲା ସୈତାନ । ନିଜ ସ୍ତ୍ରୀ ସହିତ ସାଙ୍ଗର ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ଅତି ବିଭତ୍ସ ଭାବେ ସାଙ୍ଗକୁ ପଥରରେ ଛେଚି ହତ୍ୟା କଲା ଯୁବକ । ଏପରିକି ମୃତଦେହକୁ ନଦୀରେ ଫିଙ୍ଗିଦେବା ଭଳି ଅଭାବନୀୟ କାଣ୍ଡ ମଧ୍ୟ ଘଟାଇଛି ସଂପୃକ୍ତ ସାଙ୍ଗ । ଏଭଳି ଘଟଣା ଘଟିଛି ଶରତ ଥାନା କାଠଚୁଆ ଗ୍ରାମରେ । ଆନ୍ଦପୁର ଥାନା କୁନ୍ତିଡିହା ଗ୍ରାମର ରତନା ସାମାଡ଼ ନିଜ ସାଙ୍ଗ ଲାଲା ବିରୁଲିକୁ ସାଙ୍ଗରେ ନେଇ ଶରତ ଥାନା ଅଞ୍ଚଳରେ ଥିବା ନିଜ ଶ୍ୱଶୁର ଘରକୁ ବୁଲିବାକୁ ଆସିଥିଲା । ପୂର୍ବରୁ ରତନାର ସ୍ତ୍ରୀ ସହିତ ଲାଲାର ଅନୈତିକ ସମ୍ପର୍କ ଥିବା ସେ ସନ୍ଦେହ କରିଥିଲା ।

ଶ୍ୱଶୁର ଘରକୁ ବୁଲିବାକୁ ଆସିଥିବାବେଳେ ଏହି ସନ୍ଦେହ ଅଧିକ ହେବାରୁ ସାଙ୍ଗ ଲାଲାକୁ ପ୍ରଥମେ ପିଟିପିଟି ଗୁରୁତର କରିବା ପରେ ତା ମୁହଁକୁ ପଥରରେ ଛେଚି ହତ୍ୟା କରିଥିଲା ରତନା । ପରେ ମୃତଦେହକୁ ନିକଟସ୍ଥ ନଦୀରେ ଫୋପାଡ଼ି ଦେଇଥିଲା । ଗତ ମଙ୍ଗଳବାର ମୃତଦେହ ମିଳିଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଥିଲା । ମୃତଦେହ ଲାଲା ବିରୁଲିର ଏବଂ ତାକୁ ହତ୍ୟା କରାଯାଇଥିବା ପୁଲିସ ଜାଣିବାକୁ ପାଇଥିଲା । ଖୋଳତାଡ଼ ପରେ ଲାଲାକୁ ହତ୍ୟା କରିଥିବା ତା ସାଙ୍ଗ ରତନାକୁ ପୁଲିସ ଗିରଫ କରିବା ପରେ ଅଭିଯୁକ୍ତ ପୁଲିସ ଆଗରେ ବଖାଣିଚି ହତ୍ୟାକାଣ୍ଡର ପୂରା କାହାଣୀ । ଶରତ ପୁଲିସ ଅଭିଯୁକ୍ତକୁ ଗିରଫ କରିବା ସହିତ ହତ୍ୟାକାଣ୍ଡରେ ବ୍ୟବହୃତ ବାଡ଼ି ଏବଂ ପଥରକୁ ଜବତ କରିଛି । ଏ ନେଇ ଉପଖଣ୍ଡ ପୁଲିସ ଅଧିକାରୀ ସାର୍ଥକ ରାୟ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking