27.1 C
Bhubaneswar
Friday, October 18, 2024
Homeଓଡିଶାଖଲ୍ଲିକୋଟ୍ ଏକକ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗ ଲାଗି ୧୧୨ ଶିକ୍ଷକ ପଦବୀ ସୃଷ୍ଟି

ଖଲ୍ଲିକୋଟ୍ ଏକକ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗ ଲାଗି ୧୧୨ ଶିକ୍ଷକ ପଦବୀ ସୃଷ୍ଟି

ଭୁବନେଶ୍ୱର: ନୂତନ ମାନ୍ୟତା ପାଇଥିବା ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗରେ ଶିକ୍ଷାଦାନ ପାଇଁ ଉଚ୍ଚଶିକ୍ଷା ବିଭାଗ ୧୧୨ଟି ଶିକ୍ଷକ ପଦ ସୃଷ୍ଟିକରିଛି । ଏନେଇ ବିଭାଗ ପକ୍ଷରୁ ଅନୁମୋଦନ ମିଳିଥିବାବେଳେ ପ୍ରାଧ୍ୟାପକ, ସହକାରୀ ପ୍ରାଧ୍ୟାପକ ଓ ସହଯୋଗୀ ପ୍ରାଧ୍ୟାପକ ଆଦି ବିଭିନ୍ନ ବିଭାଗର ୧୧୨ଟି ପଦ ସୃଷ୍ଟିକରାଯାଇଛି ।

ଓଡ଼ିଆ, ବାଣିଜ୍ୟ, ନୃତତ୍ୱ, ପଦାର୍ଥ ବିଜ୍ଞାନ, ରାଜନୀତି ବିଜ୍ଞାନ ଆଦି ୧୬ଟି ବିଭାଗରେ ଜଣେ ଲେଖାଏଁ ପ୍ରାଧ୍ୟାପକ, ୨ ଲେଖାଏଁ ସହକାରୀ ପ୍ରାଧ୍ୟାପକ ଓ ୪ ଜଣ ଲେଖାଏଁ ସହଯୋଗୀ ପ୍ରାଧ୍ୟାପକ ପଦ ସୃଷ୍ଟିକରାଯାଇଛି । ତେବେ ବିଶ୍ୱବିଦ୍ୟାଳୟରେ ମୋଟ୍ ୧୬ ପ୍ରାଧ୍ୟାପକ, ୩୨ ଜଣ ସହକାରୀ ପ୍ରାଧ୍ୟାପକ ଓ ୬୪ ଜଣ ସହଯୋଗୀ ପ୍ରାଧ୍ୟାପକ ନିଯୁକ୍ତ ହେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking