27.1 C
Bhubaneswar
Friday, October 18, 2024
Homeଓଡିଶା୧୦ରୁ ଖୋଲିବ ସ୍କୁଲ, ନଭେମ୍ବର ସୁଦ୍ଧା ୪୦% କୋର୍ସ ସାରିବାକୁ ନିର୍ଦ୍ଦେଶ

୧୦ରୁ ଖୋଲିବ ସ୍କୁଲ, ନଭେମ୍ବର ସୁଦ୍ଧା ୪୦% କୋର୍ସ ସାରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ୨ ବର୍ଷ ପରେ ସ୍କୁଲରେ ଶ୍ରେଣୀ ପାଠପଢ଼ା ଆରମ୍ଭ ହୋଇଛି । ୨୦୨୨-୨୩ ଶିକ୍ଷା ବର୍ଷରେ ଯେପରି ଛାତ୍ରଛାତ୍ରୀଙ୍କ ଶତ ପ୍ରତିଶତ ପାଠ୍ୟଖସଡା ଶେଷ ହେବ ଏବଂ ପିଛିଲା ବର୍ଷର କିଛି ନିର୍ଦ୍ଦିଷ୍ଟ କୋର୍ସ ଶେଷ ହେବ ସେଥିଲାଗି ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲଗୁଡ଼ିକୁ ସତର୍କ କରାଯାଇଛି । ପୂଜାଛୁଟି ଲାଗି ସ୍କୁଲ ଛୁଟି ରହିଥିବା ବେଳେ ଆସନ୍ତା ୧୦ରେ ସବୁ ସ୍କୁଲ ଖୋଲିବ । ସରକାରୀ ଏବଂ ସରକାରୀ ସ୍ୱୀକୃତିପ୍ରାପ୍ତ ସ୍କୁଲରେ ନଭେମ୍ବର ଶେଷ ସୁଦ୍ଧା ଚଳିତବର୍ଷର ୪୦% କୋର୍ସ ଶେଷ ହେବାଲାଗି ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏହାକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୨ବର୍ଷ ପିଲାମାନେ ଶ୍ରେଣୀ ପାଠପଢ଼ାରୁ ବଞ୍ôଚତ ହୋଇଥିବା ବେଳେ ୩ ତୃତୀୟ ଏବଂ ୫ମ ଶ୍ରେଣୀ ପିଲାଙ୍କ ମଧ୍ୟରୁ ପ୍ରାୟ ୬୦% ଛାତ୍ରଛାତ୍ରୀ ଇଂରାଜୀ ଏବଂ ଗଣିତରେ ଦୁର୍ବଳ ରହିଛନ୍ତି ।

ସେହିପରି ୬ଷ୍ଟରେ ୬୫% ପିଲା ଗଣିତ, ୫୦% ପିଲା ଇଂରାଜୀରେ ଦୁର୍ବଳ ରହିଛନ୍ତି । ସପ୍ତମରେ ପ୍ରାୟ ୫୫%ରୁ ଅଧିକ ଛାତ୍ରଛାତ୍ରୀ ଇଂରାଜୀ, ଗଣିତ, ବିଜ୍ଞାନରେ ଅବୁଝା ରହିଥିବା ବେଳେ ଅଷ୍ଟମରେ ୬୦%ରୁ ଅଧିକ ଛାତ୍ରଛାତ୍ରୀ ଗଣିତ, ଇଂରାଜୀ, ବିଜ୍ଞାନ ସମେତ ଅନ୍ୟାନ୍ୟ ବିଷୟରେ ଦୁର୍ବଳ ରହିଥିବା ଜଣାପଡ଼ିଛି । ତେଣୁ ଚଳିତବର୍ଷ ଶ୍ରେଣୀ ପାଠପଢ଼ା ଆରମ୍ଭ ହୋଇଥିବା ବେଳେ ଚଳିତବର୍ଷର ପାଠ୍ୟଖସଡା ଶେଷ କରିବା ସହ ପୂର୍ବ ବର୍ଷର ପାଠ ଯେପରି ପିଲାମାନେ ପଢ଼ିବେ ସେଥିଲାଗି ଓସେପା ପକ୍ଷରୁ ବ୍ଲୁପ୍ରିଣ୍ଟସ୍ ପ୍ରସ୍ତୁତ କରାଯାଇ ସ୍କୁଲକୁ ଦିଆଯାଇଛି । ରାଜ୍ୟରେ ଉଭୟ ନବମ ଏବଂ ଦଶମ ଶ୍ରେଣୀ ପରୀକ୍ଷାକୁ ଗୁରୁତ୍ୱ ଦିଆଯାଉଛି ।

ନବମ ଶ୍ରେଣୀ ବାର୍ଷିକ ପରୀକ୍ଷାକୁ ବୋର୍ଡ ପରୀକ୍ଷା ପଦ୍ଧତିରେ କରାଯାଉଛି । ବିଶେଷକରି ନବମଶେଣୀରୁ ପିଲାମାନେ ଯେପରି ଦଶମ ପରୀକ୍ଷାକୁ ନେଇ ଭୟଭୀତ ନହେବେ ସେଥିଲାଗି ଗୁରୁତ୍ୱ ଦିଆଯାଉଥିବା ବେଳେ ପରୀକ୍ଷାରେ ଦୀର୍ଘ ପ୍ରଶ୍ନୋତ୍ତର ବଦଳରେ ସଂକ୍ଷିପ୍ତ ଉତ୍ତରକୁ ଗୁରୁତ୍ୱ ଦିଆଯଉଛି । ସେହିପରି ଖୁବଶୀଘ୍ର ମଧ୍ୟ ପୁରୁଣା ପାଠ୍ୟକ୍ରମ ଲାଗି ବ୍ରିଜକୋର୍ସ ଆରମ୍ଭ ହେବାକୁ ଯାଉଛି । ତେଣୁ ବ୍ରିଜକୋର୍ସ ପାଠପଢ଼ା ଯେପରି ବ୍ୟାଘାତ ସୃଷ୍ଟି ନକରେ ସେଥିଲାଗି ସ୍କୁଲର ପ୍ରଧାନଶିକ୍ଷକ ଗୁରୁତ୍ୱ ଦେବେ ବୋଲି ଓସେପା ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ବିଷୟଭିତ୍ତିକ ପାଠ୍ୟକ୍ରମ ଅକ୍ଟୋବର ଶେଷ ସୁଦ୍ଧା କେତେ ସରିଛି ତାହାର ରିପୋର୍ଟ ପ୍ରଧାନଶିକ୍ଷକ ପ୍ରସ୍ତୁତ କରିବା ସହ ନଭେମ୍ବର ଶେଷ ସୁଦ୍ଧା ନିର୍ଦ୍ଧାରିତ କୋର୍ସ ଶେଷ ହୋଇଛି କି ନାହିଁ ତାହାର ରିପୋର୍ଟ ବ୍ଲକଶିକ୍ଷା ଅଧିକାରୀ ପ୍ରସ୍ତୁତ କରି ବିଭାଗକୁ ପ୍ରଦାନ କରିବେ । ତେବେ ଯେଉଁ ବିଷୟର ପାଠପଢ଼ା ୪୦% ଶେଷ ହୋଇନଥିବ ତାହାର କାରଣ ଦର୍ଶାଅ ନୋଟିସ ସଂମ୍ପୃକ୍ତ ସ୍କୁଲର ପ୍ରଧାନ ଶିକ୍ଷକ ଏବଂ ଶିକ୍ଷକଙ୍କୁ ଜାରି କରାଯିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking