29.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶଅନାଥ ଆଶ୍ରମର ୩ ଜଣ ଶିଶୁଙ୍କ ମୃତ୍ୟୁ

ଅନାଥ ଆଶ୍ରମର ୩ ଜଣ ଶିଶୁଙ୍କ ମୃତ୍ୟୁ

ଚେନ୍ନାଇ: ତାମିଲନାଡ଼ୁରେ ଏକ ଅନାଥ ଆଶ୍ରମର ୩ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି । ଖାଦ୍ୟ ବିଷକ୍ରିୟା ଯୋଗୁଁ ସେମାନଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ବର୍ତ୍ତମାନ ୧୧ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି । ତାମିଲନାଡ଼ୁର ତିରିପୁର ଅଞ୍ଚଳରେ ଥିବା ଏକ ଅନାଥ ଆଶ୍ରମରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ବୁଧବାର ରାତିରେ ପିଲାମାନେ ଭାତ ରସମ୍ ସହ ଲଡ଼ୁ ଖାଇଥିଲେ । ଏହାପରେ କିଛି ପିଲାଙ୍କ ବାନ୍ତି ଆରମ୍ଭ ହୋଇଯାଇଥିଲା । କୌଣସି ମତେ ବୁଧବାର ତାରି କାଟିବା ପରେ ଗୁରୁବାର ପିଲାଏ ସକାଳ ଖାଦ୍ୟ ଖାଇଥିଲେ ।

ଏହାପରେ କିଛି ପିଲା ବେହୋସ ହୋଇ ପଡ଼ିଥିଲେ । ପ୍ରଥମେ ସେମାନଙ୍କୁ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ଏହାପରେ ସେମାନଙ୍କୁ ତିରିପୁର ଓ ଅବିନାଶୀରେ ଥିବା ସରକାରୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ୧୧ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ମୃତ୍ୟୁବରଣ କରିଥିବା ତିନି ଶିଶୁଙ୍କ ବୟସରୁ ୮ରୁ ୧୩ ବର୍ଷ ହେବ ବୋଲି କୁହାଯାଇଛି । ଖାଦ୍ୟରେ ବିଷକ୍ରିୟା ଯୋଗୁଁ ଏମାନଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ୩ ଜଣ ଶିଶୁଙ୍କୁ ପ୍ରଥମେ ଓଉଟରେ ଭର୍ତ୍ତି କରାଯାଇଥିଲା । ନମୂନା ଯାଞ୍ଚ ପାଇଁ ପଠାଇଯାଇଥିବା ବେଳେ ସେମାନଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ସହ ଗୁରୁତରଙ୍କ ନମୂନା ଯାଞ୍ଚ ପାଇଁ ପଠାଯାଇଛି । ଯାଞ୍ଚ ରିପୋର୍ଟ ଆସିବା ପରେ ଖାଦ୍ୟ ବିଷକ୍ରିୟା ନେଇ ସମସ୍ତ ସନ୍ଦେହ ଦୂର ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking