28.1 C
Bhubaneswar
Sunday, October 6, 2024
Homeଦେଶ ବିଦେଶକାଲି ଘୋଷଣା ହେବ ନୋବେଲ ଶାନ୍ତି ପୁରସ୍କାର, ଚର୍ଚ୍ଚାରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ନାଁ

କାଲି ଘୋଷଣା ହେବ ନୋବେଲ ଶାନ୍ତି ପୁରସ୍କାର, ଚର୍ଚ୍ଚାରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ନାଁ

ନୂଆଦିଲ୍ଲୀ : କାଲି ଘୋଷଣା ହେବ ନୋବେଲର ଅନ୍ୟତମ ଉତ୍କଣ୍ଠିତ ପୁରସ୍କାର ନୋବେଲ ଶାନ୍ତି ପୁରସ୍କାର। ବର୍ଷ ୨୦୨୨ ପାଇଁ କିଏ ପାଇବ ନୋବେଲ ଶାନ୍ତି ପୁରସ୍କାର ତା ଉପରେ ରହିଛି ବିଶ୍ୱବାସୀଙ୍କ ନଜର। ମାନବସମାଜ ପାଇଁ ନିଜର ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଉଥିବାରୁ ଏହା ସବୁଠାରୁ ମର‌୍ୟ୍ୟାଦାଜନକ ବୋଲି ବିବେଚିତ ହୋଇଥାଏ। ନୋବେଲ ଶାନ୍ତି ପୁରସ୍କାର ପୂର୍ବରୁ ଏହାର ସମ୍ଭାବ୍ୟ ବିଜେତାଙ୍କ ତାଲିକା ପ୍ରସ୍ତୁତ କରିଛି ଅନ୍ତର୍ଜାତୀୟ ଗଣମାଧ୍ୟମ ରଏଟର୍ସ। ତାଲିକାରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି, ଜାତିସଂଘ ଶରଣାର୍ଥୀ ସଂସ୍ଥା, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭଳି ସଂସ୍ଥା ସହ ସାମ୍ବାଦିକତାରେ ସତ୍ୟର ସନ୍ଧାନ କରୁଥିବା ଭାରତର ଫ୍ୟାକ୍ଟ ଚେକର ପ୍ରତୀକ ସିହ୍ନା ଓ ମହମ୍ମଦ ଜୁବେର ରହିଛନ୍ତି। ରଏଟରର ସମ୍ଭାବ୍ୟ ନୋବେଲ ଶାନ୍ତି ପୁରସ୍କାର ବିଜେତା ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି। ରୁଷ- ୟୁକ୍ରେନ ଯୁଦ୍ଧ ସମୟରେ ନିଜର ଦୃଢ ମନୋବଳ ଓ ସେନାକୁ ଅକୁଣ୍ଠ ସମର୍ଥନ ନେଇ ବିଶ୍ୱର ଏକ ଚର୍ଚ୍ଚିତ ଚେହେରା। ୨୦୨୨ ଟାଇମ ମାଗାଜିନର ଶହେ ପ୍ରମୁଖ ବ୍ୟକ୍ତିଙ୍କ ମଧ୍ୟରେ ବି ସ୍ଥାନ ପାଇଛନ୍ତି। ଫେବୃଆରୀ ୨୪ରେ ରୁଷର ଆକ୍ରମଣ ପରେ ନିଜେ କିଭରେ ରହି ‘ୱି ଆର ଇନ୍ କିଭ୍। ୱି ଆର ପ୍ରୋଟେକ୍ଟିଂ ୟୁକ୍ରେନ ନାରା ଦେଇ ଦେଶବାସୀଙ୍କ ହୃଦୟ ଜିତିପାରିଛନ୍ତି। ବିଶ୍ୱର ବିଭିନ୍ନ ସ୍ତରରେ ରୁଷର ଅମାନୁଷିକ ଓ ବେନିୟମ ଆକ୍ରମଣ ନେଇ ଅନ୍ତର୍ଜାତୀୟ ମେଣ୍ଟଗୁ଼ଡିକୁ ଜଣାଇବା ସହ କ୍ରେମଲିନ ଉପରେ କଟକଣା ଓ କାର‌୍ୟ୍ୟାନୁଷ୍ଠାନ ପାଇଁ ଦାବି ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking