19.1 C
Bhubaneswar
Monday, November 18, 2024
Homeଦେଶ ବିଦେଶନଜରବନ୍ଦ ଖବର ମଧ୍ୟରେ ସାମ୍ନାକୁ ଆସିଲେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ

ନଜରବନ୍ଦ ଖବର ମଧ୍ୟରେ ସାମ୍ନାକୁ ଆସିଲେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ

ବେଜିଂ : ଉଜବେକିସ୍ତାନର ଅନୁଷ୍ଠିତ ସଂଘାଇ ସହଯୋଗ ସଙ୍ଗଠନ ଶିଖର ସମ୍ମିଳନୀରୁ ସେପ୍ଟେମ୍ବର ୧୬ରେ ଫେରିବା ପରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ପ୍ରଥମ ଥର ସାର୍ବଜନିକ କାର‌୍ୟ୍ୟକ୍ରମରେ ଦେଖା ଯାଇଛନ୍ତି। ଆଗାମୀ ମାସରେ ଚୀନ୍ କ୍ଷମତାସୀନ ଦଳର ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ପୂର୍ବରୁ ରାଷ୍ଟ୍ରପତି ସାର୍ବଜନିକ ଭାବେ ଦେଖା ନଦେବା ନେଇ ଚର୍ଚ୍ଚାରେ ଜିନପିଙ୍ଗ ମଙ୍ଗଳବାର କମ୍ୟୁନିଷ୍ଟ ପାର୍ଟିର ଏକ ପ୍ରଦର୍ଶନୀରେ ଯୋଗ ଦେଥିବା ଦେଖାଯାଇଛନ୍ତି। ସରକାରୀ ସମ୍ବାଦ ସରବରାହ ସଂସ୍ଥା ସିହ୍ନୁଆ ଅନୁସାରେ ଏସସିଓରୁ ଫେରିବା ପରେ ରାଷ୍ଟ୍ରପତି ୭ ଦିନ କ୍ୱାରେଣ୍ଟାଇନରେ ଥିଲେ। ତେବେ ଏହାକୁ ନେଇ ସିପିସିରେ ଆଭ୍ୟନ୍ତରିଣ ଅସନ୍ତୋଷର ଆକଳନ କରାଯାଉଥିଲା। ସିହ୍ନୁଆ ଖବର ଅନୁସାରେ ଜିନପିଙ୍ଗ ଗତ ଦଶକ କାଳରେ ଚୀନ୍ କମ୍ୟୁନିଷ୍ଟ ପାର୍ଟି ଓ ଦେଶର ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ଦର୍ଶାଉଥିବା ପ୍ରଦର୍ଶନୀ ଦେଖିବାକୁ ମଙ୍ଗଳବାର ଯାଇଥିଲେ। ତେବେ ଦେଶରେ କୋଭିଡ ସତର୍କତା ସ୍ୱରୂପ ବାହାରୁ ଆସିଲେ କ୍ୱାରେଣ୍ଟାଇନ ରହିବାର ନିୟମ ରହିଛି। ରାଷ୍ଟ୍ରପତି ନିଜେ ଏହି ନୀତିର ସମର୍ଥକ, ଏଣୁ ଏସସିଓ ସମ୍ମିଳନୀରୁ ଫେରିବା ପରେ ରାଷ୍ଟ୍ରପତି ୭ ଦିନ କ୍ୱାରେଣ୍ଟାଇନରେ ଥିଲେ। ସେପଟେ ଚୀନ୍ କମ୍ୟୁନିଷ୍ଟ ପାର୍ଟି (ସିପିସି) ପାଞ୍ଚ ବର୍ଷକୁ ଥରେ ଅନୁଷ୍ଠିତ ହେଉଥିବା ଗୁରୁତ୍ୱପୂର୍ଣ୍ଣ କଂଗ୍ରେସ (ଅଧିବେଶନ) ଲାଗି ୩ହଜାର ୨୦୦ ପ୍ରତିନିଧିଙ୍କ ମନୋନୟନ ସରିଥିବା ରବିବାର ଘୋଷଣା କରିଥିଲା। ଏହି କଂଗ୍ରେସରେ ଜିନପିଙ୍ଗଙ୍କୁ ତୃତୀୟ କାର୍ଯ୍ୟକାଳ ଲାଗି ସମର୍ଥନ ମିଳିବ ବୋଲି ଆଶା କରାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking