18.1 C
Bhubaneswar
Tuesday, November 26, 2024
Homeଓଡିଶାଦାରିଦ୍ର‌୍ୟତାର କଷାଘାତରେ ପରିବାର: ୨ପୁଅକୁ ୨ହଜାରରେ ବିକ୍ରି!

ଦାରିଦ୍ର‌୍ୟତାର କଷାଘାତରେ ପରିବାର: ୨ପୁଅକୁ ୨ହଜାରରେ ବିକ୍ରି!

ନୀଳଗିରି : ସ୍ୱାମୀର ଚିକିତ୍ସା ପାଇଁ ନିଜର ଦୁଇ ନାବାଳକ ପୁଅକୁ ଜଣେ ମା’ ୨ହଜାର ଟଙ୍କାରେ ବିକ୍ରି କରିଦେବା ଘଟଣା ନୀଳଗିରି ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
ପ୍ରାପ୍ତ ସୂଚନା ଅନୁସାରେ ଔପଦା ବ୍ଲକ୍ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଅସ୍ତିଆ ପାଟଣା ଗାଁର ୰ଶ୍ୟାମ ହାଁସଦାଙ୍କ ଦୁଇ ନାବାଳକ ପୁତ୍ର ରହିଥିବା ବେଳେ ଶ୍ୟାମଙ୍କର ଦୁଇ ପତ୍ନୀ ଅଛନ୍ତି । ପ୍ରଥମ ସ୍ତ୍ରୀଙ୍କ ଗର୍ଭରୁ ଜଣେ ପୁତ୍ର ଜନ୍ମଲାଭ କରିଥିଲା । କିଛି ମାସ ପରେ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ପରେ ଶ୍ୟାମ ନୀଳଗିରି ଏନଏସିର ୧ନଂ. ୱାର୍ଡର ଷ୍ଟେଟ୍ ବ୍ୟାଙ୍କ ନିକଟସ୍ଥ ମୁନା ନାମକ ବ୍ୟକ୍ତିଙ୍କୁ ନାବାଳକ ପୁତ୍ରକୁ ଏକ ହଜାର ଟଙ୍କାରେ ବିକ୍ରି କରିଦେଇଥିବାର ଚର୍ଚ୍ଚାହେଉଛି । ଦ୍ୱିତୀୟ ସ୍ତ୍ରୀ ଏକ ପୁତ୍ର ଜନ୍ମ ଦେଇଥିବା ବେଳେ ସ୍ୱାମୀ ଶ୍ୟାମ ରୋଗାଗ୍ରସ୍ତ ହୋଇପଡ଼ିଥିଲେ । ପରେ ସ୍ତ୍ରୀ ପାନ ହାଁସଦା ଶ୍ୟାମଙ୍କ ରୋଗ ଭଲ କରିବା ପାଇଁ କୌଣସି ଉପାୟ ନ ପାଇ ଶେଷରେ ପୁଅକୁ ୧ହଜାର ଟଙ୍କାରେ ବିକ୍ରି କରିଦେଇଥିଲା । କିଛି ମାସ ପରେ ଶ୍ୟାମଙ୍କର ମୃତ୍ୟୁ ହୋଇଥିଲା । ବିଧବା ପାନ ଖାଇବାକୁ ନ ପାଇ ଏଣେତେଣେ ବୁଲି ପେଟପୋଷୁଥିବା ବେଳେ ପୁଅ ବିକ୍ରି ଘଟଣା ଲୋକଲୋଚନକୁ ଆସିଥିଲା । ଶତାଧିକ ଲୋକେ ଏକତ୍ରିତ ହୋଇ କ୍ରେତା ଘରକୁ ଯାଇ ଜଣେ ପୁଅକୁ ଉଦ୍ଧାର କରିଥିବା ବେଳେ ଘଟଣାସ୍ଥଳରେ ନୀଳଗିରି ପୁଲିସ ପହଞ୍ଚି ଉଭୟ ଦୁଇ ନାବାଳକ ପୁଅ ସମେତ ମାଆକୁ ଉଦ୍ଧାର କରି ଥାନାକୁ ନେଇଥିଲା । ନୀଳଗିରିରେ ଦାରିଦ୍ର‌୍ୟ ସୀମାରେଖା ତଳେ ଅନେକ ଜୀବନ ଏଭଳି ଅବସ୍ଥାରେ ରହିଛି । ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟିଦେବାକୁ ସାଧାରଣରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking