29.1 C
Bhubaneswar
Monday, November 18, 2024
Homeଓଡିଶାଭିତରକନିକାରେ ସରିଲା ଦେଶୀୟ ପକ୍ଷୀ ଗଣନା: ଚଳିତବର୍ଷ ୭୪୩୧ ପକ୍ଷୀ ଅଧିକ

ଭିତରକନିକାରେ ସରିଲା ଦେଶୀୟ ପକ୍ଷୀ ଗଣନା: ଚଳିତବର୍ଷ ୭୪୩୧ ପକ୍ଷୀ ଅଧିକ

ରାଜନଗର: ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀ ଗଣନା ଶେଷ ହୋଇଛି । ଖୋଳା ନଦୀ ମୁହାଣର ବ୍ରାହ୍ମଣୀ ନଦୀ ପଠାରେ ଅବସ୍ଥିତ ପ୍ରାୟ ୧୦ ଏକର ବିଶିଷ୍ଟ ଲକ୍ଷ୍ମୀପ୍ରସାଦଡିଆର ପ୍ରାୟ ୫ ଏକର ଜଙ୍ଗଲ ମଧ୍ୟରେ ବନି, ଗୁଆଁ, କେରୁଆଁ, ଓରୁଅ ଗଛରେ ବସା ବାନ୍ଧି ପକ୍ଷୀମାନେ ବଂଶବିସ୍ତାର କରିଛନ୍ତି । ୬୩୬ଟି ଗଛରେ ୯୭୪୨ଟି ବସାରେ ୧୯୪୮୪ଟି ବଡପକ୍ଷୀ ଓ ୨୫୫୦୧ଟି ଛୁଆଙ୍କୁ ମିଶାଇ ମୋଟ ୪୪୯୮୫ ପକ୍ଷୀ ଗଣନା କରାଯାଇଛି । ଦୁର୍ଗାପ୍ରସାଦଡିଆରେ ୧୦୨ଟି ଗଛରେ ୧୪୯୬ ବସାରେ ୨୯୯୨ଟି ବଡପକ୍ଷୀ ଓ ୩୭୩୫ଟି ଛୁଆଙ୍କୁ ମିଶାଇ ମୋଟ ୬୭୨୭ଟି ପକ୍ଷୀ ଗଣନା କରାଯାଇଛି । ଭିତରକନିକା ଭିତରେ ଥିବା ମଠଆଡିଆରେ ୮୮୦ଟି ଗଛରେ ୧୩୨୨୬ବସାରେ ୨୬୪୫୨ଟି ବଡପକ୍ଷୀ ଓ ୩୭୯୦୬ଟି ଛୁଆଙ୍କୁ ମିଶାଇ ୬୪୩୫୮ଟି ପକ୍ଷୀ ଗଣନା କରାଯାଇଛି । ଲକ୍ଷ୍ମୀପ୍ରସାଦଡିଆରେ ଏହି ପକ୍ଷୀମାନଙ୍କ ମଧ୍ୟରେ ମୁଖ୍ୟତଃ ଗେଣ୍ଡାଳିଆ ବଡ ଓ ଛୁଆଙ୍କୁ ମିଶାଇ ୧୫୩୯୫ଟି ଥିବାବେଳେ ରାଣୀବଗ ବଡ ଓ ଛୁଆଙ୍କୁ ମିଶାଇ ୩୯୪୦ଟି, ମଝିଆବଗ ବଡ ଓ ଛୁଆଙ୍କୁ ମିଶାଇ ୨୫୭୨ଟି, ଛୋଟବଗ ବଡ ଓ ଛୁଆଙ୍କୁ ମିଶାଇ ୨୨୩୦ଟି, ଖଇରାବଗ ବଡ ଓ ଛୁଆଙ୍କୁ ମିଶାଇ ୨୩୭୭ଟି, ଅଞ୍ଜନା ବା ମାଟିଆବଗ ବଡ ଓ ଛୁଆଙ୍କୁ ମିଶାଇ ୩୩୦୧ଟି ପାଣିକୂଆ ବଡ ଓ ଛୁଆଙ୍କୁ ୮୩୫୮ଟି, ଅନ୍ଧାରିଆବଗ ବଡ ଓ ଛୁଆଙ୍କୁ ମିଶାଇ ୨୦୪୨ଟି, ଦା-ବେଟିଂଆ ବଡ ଓ ଛୁଆଙ୍କୁ ମିଶାଇ ୨୬୭୯ଟି, କାପରଖାଇ ବଡ ଓ ଛୁଆଙ୍କୁ ମିଶାଇ ୨୦୪୧ଟି ଗଣନା କରାଯାଇଛି ।

ମଠଆଡିଆରେ ଗେଣ୍ଡାଳିଆ ବଡ ଓ ଛୁଆଙ୍କୁ ମିଶାଇ ୫୯୦୩୦ଟି, ରାଣୀବଗ ବଡ ଓ ଛୁଆଙ୍କୁ ମିଶାଇ ୭୩୭ଟି, ମଝିଆବଗ ବଡ ଓ ଛୁଆଙ୍କୁ ମିଶାଇ ୮୪ଟି, ଛୋଟବଗ ବଡ ଓ ଛୁଆଙ୍କୁ ମିଶାଇ ୭୦୮ଟି , ଖଇରାବଗ ବଡ ଓ ଛୁଆଙ୍କୁ ମିଶାଇ ୨୩୩ଟି, ଅଞ୍ଜନା ବା ମାଟିଆବଗ ୧୫୬ଟି, ପାଣିକୂଆ ବଡ ଓ ଛୁଆଙ୍କୁ ମିଶାଇ ୪୬୮ଟି, ଅନ୍ଧାରିଆବଗ ବଡ ଓ ଛୁଆଙ୍କୁ ମିଶାଇ ୫୨୦ଟି, ଦା-ବେଣ୍ଟିଆ ବଡ ଓ ଛୁଆଙ୍କୁ ମିଶାଇ ୧୬୦୧ଟି, କାପରଖାଇ ବଡ ଓ ଛୁଆଙ୍କୁ ମିଶାଇ ୬୫ଟି ଗଣନା କରାଯାଇଛି । ସେହିପରି ଦୁର୍ଗପ୍ରସାଦଡିଆରେ ଗେଣ୍ଡାଳିଆ ବଡ ଓ ଛୁଆଙ୍କୁ ମିଶାଇ ୨୬୯ଟି, ରାଣୀବଗ ବଡ ଓ ଛୁଆଙ୍କୁ ମିଶାଇ ୧୭୪୭ଟି, ମଝିଆବଗ ବଡ ଓ ଛୁଆଙ୍କୁ ମିଶାଇ ୭୯୬ଟି, ଛୋଟବଗ ବଡ ଓ ଛୁଆଙ୍କୁ ମିଶାଇ ୧୭ଟି, ଖଇରାବଗ ବଡ ଓ ଛୁଆଙ୍କୁ ମିଶାଇ ୧୦୧୯ଟି ଥିବାବେଳେ ଅଞ୍ଜନ ବା ମାଟିଆବଗଙ୍କୁ ଦେଖିବାକୁ ମିଳିନାହିଁ । ପାଣିକୁଆ ବଡ ଓ ଛୁଆଙ୍କୁ ମିଶାଇ ୧୫୬୫ଟି, ଅନ୍ଧାରିଆ ବଗ ବଡ ଓ ଛୁଆଙ୍କୁ ମିଶାଇ ୬୬ଟି, ଦା-ବେଣ୍ଟିଆ ବଡ ଓ ଛୁଆଙ୍କୁ ମିଶାଇ ୬୨୩ଟି, କାପରଖାଇ ବଡ ଓ ଛୁଆଙ୍କୁ ମିଶାଇ ୬୨୫ଟି ଗଣନା କରାଯାଇଛି । ଚଳିତବର୍ଷ ଗେଣ୍ଡାଳିଆ ମଠଆଡିଆରେ ଲକ୍ଷ୍ମୀପ୍ରସାଦଡିଆଠାରୁ ଅଧିକ ବସା ବାନ୍ଧିଥିବା ସୂଚନା ମିଳିଛି ।

ଚଳିତବର୍ଷ ମୋଟ ତିନୋଟି ସ୍ଥାନରେ ୧ ହଜାର ୬୧୮ଟି ଗଛରେ ୨୪ହଜାର ୪୬୪ଟି ବସାରେ ୪୮ହଜାର ୯୨୮ଟି ବଡପକ୍ଷୀ ଓ ୬୭ହଜାର ୧୪୨ଟି ଛୁଆଙ୍କୁ ମିଶାଇ ମୋଟ ୧ଲକ୍ଷ ୧୬ହଜାର ୭୦ଟି ପକ୍ଷୀ ଗଣନା କରାଯାଇଛି । ଗତବର୍ଷ ତୁଳନାରେ ଚଳିତବର୍ଷ ୭୪୩୧ଟି ଦେଶୀୟ ପକ୍ଷୀଙ୍କ ସଂଖ୍ୟା ବଢିଥିବା ବନବିଭାଗ ସୂତ୍ରରୁ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking