30.1 C
Bhubaneswar
Sunday, September 29, 2024
Homeଅପରାଧମଦ ପିଇବା ନେଇ ଗଡ଼ିଲା ମୁଣ୍ଡ

ମଦ ପିଇବା ନେଇ ଗଡ଼ିଲା ମୁଣ୍ଡ

ଖୋର୍ଦ୍ଧା: ଚାରିଦିନ ଧରି ନିଖୋଜ ଥିବା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର । ଦୁଇଜଣ ମଦ୍ୟପାନ କରୁଥିବାବେଳେ ଉଭୟଙ୍କ ମଧ୍ୟରେ ବଚସାରୁ ଘଟିଛି ହତ୍ୟାକାଣ୍ଡ । ଖୋର୍ଦ୍ଧା ଜିଲ୍ଲାର ଜଟଣୀ ଥାନା ଅଞ୍ଚଳରେ ଏଭଳି ଏକ ଘଟଣା ଘଟିଛି । ଜଟଣୀର ଗଜପତି ନଗରର ଜି ଇଶ୍ୱର ରାଓ ଏବଂ ବକ୍ସିସା ସିଂ ମେହେର ଗୋଡା ଧର୍ମ ସାଗର ମିଲ ପୋଖରୀ ନିକଟରେ ଏକାଠି ବସି ମଦ୍ୟପାନ କରୁଥିଲେ । କୌଣସି କାରଣକୁ ନେଇ ଉଭୟଙ୍କ ଭିତରେ ବଚସା ହୋଇଥିଲା । ଆଉ ବଚସାରୁ ପରସ୍ପର ଆକ୍ରମଣ କରିଥିଲେ ।

ଶେଷରେ ଏକ ଧାରୁଆ ବ୍ଲେଡ ସାହାଯ୍‌ଯରେ ଅଭିଯୁକ୍ତ ମେହେର ଇଶ୍ୱରଙ୍କ ବେକକୁ କାଟିଦେବା ସହିତ ତାଙ୍କ ମୁଣ୍ଡ ଉପରେ ଏକ ପଥର ଛେଚି ଫେରାର ହୋଇଯାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମର ସହାୟତାରେ ତଦନ୍ତ ଆରମ୍ଭ କରିଛି । ଏନେଇ ଭୁବନେଶ୍ୱର ଏସିପି କହିଛନ୍ତି, ” ହତ୍ୟା କରାଯାଇଥିବା ନେଇ ମୃତକଙ୍କ ଭାଇ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଆଧାରରେ ମୃତକଙ୍କ ସାଙ୍ଗ ବକ୍ସିସା ସିଂଙ୍କୁ ଗିରଫ କରି ପଚରାଉଚରା କରାଯାଉଛି । ଦୋଷୀ ନିଜ ଦୋଷ ସ୍ୱୀକାର କରିଥିବା ଜଣାପଡ଼ିଛି । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking