26.1 C
Bhubaneswar
Monday, September 30, 2024
Homeଦେଶ ବିଦେଶଦୀପୋତ୍ସବ ପାଇଁ ସଜେଇ ହେଉଛି ଅଯୋଧ୍ୟା ନଗରୀ

ଦୀପୋତ୍ସବ ପାଇଁ ସଜେଇ ହେଉଛି ଅଯୋଧ୍ୟା ନଗରୀ

ଅଯୋଧ୍ୟା : ଦୀର୍ଘ ବର୍ଷ ଧରି ଦେଶର ରାଜନୈତିକ କେନ୍ଦ୍ର ଥିବା ଅଯୋଧ୍ୟା ନଗରୀ ପୁଣିଥରେ ଚର୍ଚ୍ଚାରେ ଅଛନ୍ତି। ଭଗବାନ ରାମଙ୍କ ଭବ୍ୟ ମନ୍ଦିରର ନିର୍ମାଣ ଆରମ୍ଭ ହୋଇଛି ଓ ଅନ୍ୟପଟେ ଅଯୋଧ୍ୟା ନଗରୀକୁ ସଜାଇବାର କାମ ଆରମ୍ଭ ହୋଇଛି। ଦୀପତ୍ସୋବ ପୂର୍ବରୁ ଅଯୋଧ୍ୟାକୁ ରାଜ୍ୟର ରାଜଧାନୀ ସହ ଯୋଡି ଥିବା ଗୋରଖପୁର-ଲକ୍ଷ୍ନୌ ରୋଡ୍କୁ ସଜାଇବାର କାମ କରାଯାଉଛି। ହାଇଓ୍ବେରେ ସହାଦତ ଗଞ୍ଜରୁ ରାମଘାଟ ପର୍ଯ୍ୟନ୍ତ ଭଗବାନ ଶ୍ରୀରାମଙ୍କ ବାଲ୍ୟକାଳଠାରୁ ନେଇ ବନବାସ ଜୀବନ ଓ ରାଜା ରାମ ହେବା ପର୍ଯ୍ୟନ୍ତ, ଜୀବନର ଅଲଗା ଅଲଗା ପର୍ଯ୍ୟୟକୁ ଦର୍ଶାଇ ମୂର୍ତ୍ତି ଲଗାଯାଉଛି। ସଡକ କଡରେ ଭଗବାନ ରାମଙ୍କ ବିଭିନ୍ନ ରୂପ ସହିତ ତାଙ୍କର ଜୀବନ ସମ୍ପର୍କିତ ମୁନି-ଋଷିଙ୍କ ମୂର୍ତ୍ତି ମଧ୍ୟ ଲଗାଯାଉଛି। ଏ ସମ୍ପର୍କରେ ଅଯୋଧ୍ୟାର ଜିଲ୍ଲାପାଳ ନୀତୀଶ କୁମାର କହିଛନ୍ତି, ଦୀପୋତ୍ସବକୁ ନେଇ ଖୁବ୍ ଯୋରଦାର ପ୍ରସ୍ତୁତି ଚାଲିଛି। ଅଯୋଧ୍ୟାର ଜିଲ୍ଲାପାଳ କହିଛନ୍ତି , ଦୀପୋତ୍ସବକୁ ନେଇ ଏନ୍ଏଚ୍-୨୭ର ଡିଭାଇଡରରେ ସୌନ୍ଦର‌୍ୟ୍ୟକରଣ କାର୍ଯ୍ୟ କରାଯାଉଛି। ଏଥିରେ ଅଯୋଧ୍ୟାରେ ଅଧ୍ୟାତ୍ମିକ ମୂର୍ତ୍ତି ଲଗାଯାଉଛି। ଡିଭାଇଡରରେ କେବଲ ମଧ୍ୟ ଲଗାଯାଉଛି। ସେ କହିଛନ୍ତି ଶ୍ରଦ୍ଧାଳୁମାନେ ଏଠାରେ ପ୍ରବେଶ କରିବା ମାତ୍ରେ ତାଙ୍କୁ ଜଣାପଡିଯିବ ଯେ, ଆମେ ଆଧ୍ୟାତ୍ମିକ ନଗରୀରେ ପ୍ରବେଶ କରୁଛୁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking