19.1 C
Bhubaneswar
Monday, November 18, 2024
Homeଦେଶ ବିଦେଶବ୍ୟାଙ୍କ କର୍ମଚାରୀଙ୍କ ଅବହେଳା ଯୋଗୁଁ ନଷ୍ଟ ହୋଇଗଲା ୪୨ ଲକ୍ଷ ଟଙ୍କାର ନୋଟ

ବ୍ୟାଙ୍କ କର୍ମଚାରୀଙ୍କ ଅବହେଳା ଯୋଗୁଁ ନଷ୍ଟ ହୋଇଗଲା ୪୨ ଲକ୍ଷ ଟଙ୍କାର ନୋଟ

କାନପୁର: ବ୍ୟାଙ୍କ କର୍ମଚାରୀଙ୍କ ଅବହେଳା ଯୋଗୁଁ ସଢ଼ିଗଲା ୪୨ ଲକ୍ଷ ଟଙ୍କାର ନୋଟ । କାନପୁରର ପାଣ୍ଡବ ନଗରରେ ଅବସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଏକ ବଡ଼ ଅବହେଳାର ମାମଲା ସାମ୍ନାକୁ ଆସିଛି। ଏଠାରେ ଟ୍ରେଜେରିରେ ରଖାଯାଇଥିବା ୪୨ ଲକ୍ଷ ଟଙ୍କା ପାଣିରେ ଓଦା ହୋଇ ନଷ୍ଟ ହୋଇଯାଇଛି । ଆଉ ଏହି ଘଟଣାରେ ୪ ଜଣ ବ୍ୟାଙ୍କ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ମିଳିଥିବା ସୂଚନା ମୁତାବକ ତିନିମାସ ପୂର୍ବେ ଟଙ୍କା ନଷ୍ଟ ହୋଇଯାଇଥିବାବେଳେ ବ୍ୟାଙ୍କ କର୍ମଚାରୀମାନେ ମିଶି ଏହି ମାମଲାକୁ ଚାପିଦେଇଥିଲେ ଜ୍ଝତେବେ ରିଜର୍ଭ ବ୍ୟାଙ୍କ ପକ୍ଷରୁ କରାଯାଇଥିବା ଅଡିଟରେ ଏବାବଦରେ ଜଣାପଡିଥିଲା । ତିନି ମାସ ପୂର୍ବେ ଘଟିଥିବା ଏହି ମାମଲାରେ ବ୍ୟାଙ୍କ ଅଧିକାରୀମାନେ ଏ ବିଷୟରେ କାହାକୁ ଜଣାଇ ନଥିଲେ। ଜୁଲାଇ ମାସ ଶେଷରେ, ଯେତେବେଳେ ଆରବିଆଇ ପକ୍ଷରୁ ଅଡିଟ୍ କରାଯାଇଥିଲା, ଏବାବଦରେ ଜଣାପଡିଥିଲା । ଆରବିଆଇ ଅଧିକାରୀମାନେ ଜୁଲାଇ ୨୫ ରୁ ଜୁଲାଇ ୨୯, ୨୦୨୨ ପର‌୍ୟ୍ୟନ୍ତ ଏହି ଶାଖାର ଟ୍ରେଜେରୀର ଅଡିଟ କରିଥିଲେ । କେତେ ଟଙ୍କା ବ୍ୟାଙ୍କକୁ ଆସିଛି ଓ କେତେ ଟଙ୍କା ବ୍ୟାଙ୍କରୁ ଯାଇଛି ସେବାବଦରେ ଅଡିଟବେଳେ ୪୨ ଲକ୍ଷ ଟଙ୍କା ବାବଦରେ ତଥ୍ୟ ମିଳିନଥିଲା । ଏହାପରେ ବ୍ୟାଙ୍କ କର୍ମଚାରୀଙ୍କୁ ଏବାବଦରେ ପଚରାଯିବାରୁ ସେମାନେ ଟଙ୍କା ନଷ୍ଟ ହୋଇଯାଇଥିବାର ଜଣାଇଥିଲେ । ଏହି ଘଟଣାରେ ସିନିୟର ମ୍ୟାନେଜରଙ୍କ ସମେତ ୪ ଜଣ ଅଧିକାରୀଙ୍କୁ ଯାଂଚ ପରେ ନିଲମ୍ବିତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking