19.1 C
Bhubaneswar
Tuesday, November 19, 2024
Homeଓଡିଶାପ୍ରକାଶ ପାଇଲା ପ୍ରଥମ ପର୍ଯ୍ୟାୟ ପିଜି ମେଧା ତାଲିକା : ୧୧ହଜାର ୯୮୪ ଜଣଙ୍କୁ ସିଟ...

ପ୍ରକାଶ ପାଇଲା ପ୍ରଥମ ପର୍ଯ୍ୟାୟ ପିଜି ମେଧା ତାଲିକା : ୧୧ହଜାର ୯୮୪ ଜଣଙ୍କୁ ସିଟ ଆବଣ୍ଟନ

ଭୁବନେଶ୍ୱର: ରାଜ୍ୟରେ ଥିବା ସରକାରୀ ବିଶ୍ୱବିଦ୍ୟାଳୟ ଏବଂ ଡିଗ୍ରୀ କଲେଜ ଗୁଡିକରେ ସ୍ନାତକୋତ୍ତର ପିଜି ପାଠ୍ୟକ୍ରମରେ ନାମଲେଖାଇବା ଲାଗି ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ଗୁରୁବାର ପ୍ରକାଶ ପାଇଛି । ୨୦୨୨-୨୩ ଶିକ୍ଷାବର୍ଷ ଲାଗି ସିପିଇଟି( କମନ୍ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ) ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଆଜି ପ୍ରଥମ ପର୍ଯ୍ୟାୟରେ ୧୧ ହଜାର ୯୮୪ ଜଣ ପିଲାଙ୍କୁ ସିଟ୍ ପ୍ରଦାନ କରାଯାଇଥିବା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି । ବିଭାଗ ପକ୍ଷରୁ ଜାରି କରାଯାଇଥିବା ତାଲିକା ଅନୁଯାୟୀ ଚଳିତବର୍ଷ ମୋଟ ୫୬ ହଜାର ୮୦ ଜଣ ପିଲା ପିଜି ନାମଲେଖାଇବା ଲାଗି ଆବେଦନ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୪୨ ହଜାର ୧୬ ଜଣଙ୍କୁ ତାଲିକା ଭୁକ୍ତ କରାଯାଇଛି । ତେବେ ପ୍ରଥମ ପର୍ଯ୍ୟାୟରେ ୭୩ଟି ଉଚ୍ଚଶିକ୍ଷାନୁଷ୍ଠାନରେ ଥିବା ୧୫ ହଜାର ୭୦୯ ପିଜି ସିଟ୍‌ରେ ନାମଲେଖାଇବା ଲାଗି ୧୧ହଜାର ୯୮୪ ଜଣଙ୍କୁ ଚୟନ କରାଯାଇଛି । ସେହିପରି ୩୦ ହଜାର ୩୨ ଜଣ ପିଲାଙ୍କୁ ସିଟ୍ ମିଳିନାହିଁ ।

୨୦୨୨-୨୩ ଶିକ୍ଷାବର୍ଷ ଲାଗି ପିଜି ନାମଲେଖା ଲାଗି ମନୋନୀତ ହୋଇଥିବା ପିଲାଙ୍କ ମଧ୍ୟରେ ୪ହଜାର ୬୪୫ ଜଣ ଛାତ୍ର ଏବଂ ୭୩୩୯ଜଣ ଛାତ୍ରୀ ରହିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଯେଉଁମାନଙ୍କୁ ସିଟ୍ ଆର୍ଲଟମେଣ୍ଟ କରାଯାଇଛି ସେମାନେ ୧୬ ଏବଂ ୧୭ ତାରିଖରେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନରେ ଯାଇ ରିପୋର୍ଟିଂ କରିବା ସହ ନାମଲେଖାଇବେ । ୧୯ ତାରିଖ ଦିନ ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇଥିବା ପିଲାମାନେ ସ୍ଳାଇଡ ଅଫ କରିପାରିବେ । ୨୩ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ସିଟ ଆର୍ଲଟମେଣ୍ଟ ତାଲିକା ପ୍ରକାଶ ପାଇବ । ୨୪ ଓ ୨୫ ତାରିଖ ସଂଧ୍ୟା ୫ଟା ପର୍ଯ୍ୟନ୍ତ ପିଲାମାନେ ନାମଲେଖାଇ ପାରିବେ ।

୨୬ ତାରିଖ ସଂଧ୍ୟା ୬ଟା ସୁଦ୍ଧା ଦ୍ୱିତୀୟ ପର୍ଯ୍ୟାର ନାମଲେଖା ଡାଟା ଅପଡେଟ କରାଯିବ । ଦ୍ୱିତୀୟ ପର୍ଯ୍ୟାୟ ପରେ ଯଦି ସିଟ ବଳକା ରହିଲା ତେବେ ୨୯ ତାରିଖ ଦିନ ସାମ୍ସ ୱେବସାଇଟରେ ଏହାର ତଥ୍ୟପ୍ରକାଶ ପାଇବ । ଅକ୍ଟୋବର ୧୦ ତାରିଖରେ ସ୍ପଟ ମେଧା ତାଲିକା ପ୍ରକାଶ କରାଯିବ ଏବଂ ଏହି ରାଉଣ୍ଡରେ ଯେଉଁମାନେ ଚୟନ ହୋଇଥିବେ ସେମାନେ ୧୧ ଓ ୧୨ ତାରିଖରେ ସଂପୃକ୍ତ ଶିକ୍ଷାନୁଷ୍ଠାନରେ ରିପୋର୍ଟିଂ କରିବେ । ୧୪ ତାରିଖ ଦିନ ଫାଇନାଲ ସ୍ପଟ ମେରିଟ ଲିଷ୍ଟ ପ୍ରକାଶ ପାଇବ । ଏଥିରେ ଯେଉଁମାନେ ଚୟନ ହୋଇଥିବେ ସେମାନେ ୧୫ ରୁ ୧୭ ତାରିଖ ମଧ୍ୟରେ ନାମଲେଖାଇବେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking