20.1 C
Bhubaneswar
Tuesday, November 19, 2024
Homeଓଡିଶାସର୍ବସାଧାରଣରେ ମଦ୍ୟପାନକୁ ରୋକ ଦେବ ପୁଲିସ : ୮ ମାସରେ ୬ କୋଟିରୁ ଊର୍ଦ୍ଧ୍ୱ ଜୋରିମାନା...

ସର୍ବସାଧାରଣରେ ମଦ୍ୟପାନକୁ ରୋକ ଦେବ ପୁଲିସ : ୮ ମାସରେ ୬ କୋଟିରୁ ଊର୍ଦ୍ଧ୍ୱ ଜୋରିମାନା ଆଦାୟ

ଭୁବନେଶ୍ୱର: ସର୍ବସାଧାରଣ ସ୍ଥାନରେ ଖୋଲାରେ ମଦ୍ୟପାନ କରି ଜନତାଙ୍କୁ ହଇରାଣ କରୁଥିବା ଅଭଯୁକ୍ତଙ୍କୁ ଧରିବା ସହ ଏଥିରେ ରୋକ ଦେବା ନେଇ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ପକ୍ଷରୁ କଡା ଚେକିଂ କରାଯାଉଛି । ଗୁରୁବାର ସଂଧ୍ୟାରେ ପୁଲିସର ସ୍ପତନ୍ତ୍ର ଟିମ ବାଇକରେ ବୁଲି ରାଜଧାନୀର ବିଭିନ୍ନ ଛକ ସ ଖଟିରେ ଯାଞ୍ଚ କରି ଅମାନିଆଙ୍କ ଠାରୁ ଜରିମନା ଆଦାୟ କରିଥିଲା । ଚଳିତବର୍ଷ ଚେକିଂ ସମୟରେ ପୁଲିସ ୮ ମାସରେ ୬ କୋଟି ୭ ଲକ୍ଷ ୪୦ ହଜାର ୧୪୦ ଟଙ୍କା ମଦ୍ୟପ ମାନଙ୍କଠାରୁ ଜୋରିମାନା ଆଦାୟ କରିଛି ।

ଜାନୁଆରୀରେ ପୁଲିସ ୫୦୪ ଜଣ ମଦ୍ୟପଙ୍କଠାରୁ ୨୫ ହଜାର ୨୦୦ ଟଙ୍କା, ଫେବୃଆରୀରେ ୧୪୧ ଜଣଙ୍କଠାରୁ ୭୦ ହଜାର ୫୦୦ ଟଙ୍କା, ମାର୍ଚ୍ଚରେ ୨୩୩୯ଙ୍କ ଠାରୁ ୧୧ ଲକ୍ଷ ୬୬ ହଜାର ୬୦୦, ଏପ୍ରିଲ୍‌ରେ ୭୨୮ ଜଣଙ୍କଠାରୁ ୩୭ ହଜାର ୩୦୦, ମେ’ରେ ୩୭୨୦ଙ୍କ ଠାରୁ ୧୬ ଲକ୍ଷ ୪୬ ହଜାର ୯୪୦ ଟଙ୍କା, ଜୁନ୍‌ରେ ୩୫୯୬ଙ୍କ ଠାରୁ ୧୭ ଲକ୍ଷ ୬୬ ହଜାର ୩୦୦, ଜୁଲାଇରେ ୩୧୪୬ଙ୍କ ଠାରୁ ଏକ ଲକ୍ଷ ୫୨ ହଜାର ୮୦୦ ଟଙ୍କା ଏବଂ ଅଗଷ୍ଟରେ ୩୭୩୦ଙ୍କ ଠାରୁ ୧୮ ଲକ୍ଷ ୭୪ ହଜାର ୫୦୦ ଟଙ୍କା ଜଜୋରିମାନା ଆଦାୟ କରିଛି । ମୋଟ୍ ୧୭ ହଜାର ୯୦୪ ମଦ୍ୟପଙ୍କଠାରୁ ପୁଲିସ ୬ କୋଟି ୭ ଲକ୍ଷ ୪୦ ହଜାର ୧୪୦ ଟଙ୍କା ଜୋରିମାନା ଆଦାୟ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking