33.1 C
Bhubaneswar
Monday, September 30, 2024
Homeଅପରାଧହୋଟେଲ ରୁମରେ ଚାଲିଥିଲା ସେକ୍ସ ରାକେଟ୍‌: ୧୧ ଯୁବତୀ-ଯୁବକଙ୍କୁ ଧରିଲା ପୋଲିସ

ହୋଟେଲ ରୁମରେ ଚାଲିଥିଲା ସେକ୍ସ ରାକେଟ୍‌: ୧୧ ଯୁବତୀ-ଯୁବକଙ୍କୁ ଧରିଲା ପୋଲିସ

ନୂଆଦିଲ୍ଲୀ: ଆଜିକାଲି ବଡ଼ ବଡ଼ ହୋଟଲମାନଙ୍କର ଚାଲିଛି ସେକ୍ସ ରାକେଟ । ଏହାରି ମଧ୍ୟରେ ଜହାନାବାଦ ସହରର ୨ଟି ବଡ଼ ବଡ଼ ହୋଟେଲରେ ଚଢ଼ାଉ କରି ସେକ୍ସ ରାକେଟର ପର୍ଦ୍ଦାଫାସ କରିଛି ପୋଲିସ । ପୋଲିସ ଟିମ୍ ହୋଟେଲ ରୁମରୁ ଆପତ୍ତିଜନକ ଅବସ୍ଥାରେ ୧୧ ଜଣ ଯୁବତୀଙ୍କ ସମେତ ୨୩ ଲୋକଙ୍କୁ ଧରିଛି । ସୂଚନା ଅନୁଯାୟୀ, ସହରର ସତ୍ୟମ୍ ଶିବମ୍ ଗେଷ୍ଟ ହାଉସ୍ ଏବଂ ଓମକାରା ହୋଟେଲରେ ଯୁବକ ଓ ଯୁବତୀଙ୍କ ଯିବା ଆସିବା ରହିଥିବା ନେଇ ପୋଲିସ ସୂଚନା ପାଇଥିଲା । ସେଠାରେ ଟଙ୍କା ନେଇ ବେଆଇନ କାର୍ଯ୍ୟ କରାଯାଉଥିଲା ।

ସୂଚନା ଆଧାରରେ ଯେତେବେଳେ ପୋଲିସ ଚଢ଼ାଉ କରିଥିଲା, ସେତେବେଳେ ରୁମ୍ କୋଠରୀ ଭିତରେ ଥିବା ଦୃଶ୍ୟ ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଚଢ଼ାଉ ସମୟରେ ସନ୍ଦେହଜନକ ଅବସ୍ଥାରେ ଯୁବତୀମାନଙ୍କ ସହ ଆପତ୍ତିଜନକ ଜିନିଷପତ୍ର ମଧ୍ୟ ଉଦ୍ଧାର କରିଥିଲା ପୋଲିସ । ପଚରାଉଚରା ବେଳେ ଯୁବତୀମାନେ କହିଥିଲେ ଯେ, ହୋଟେଲ ଅପରେଟର ଦ୍ୱାରା ଜଣେ ବ୍ୟକ୍ତିଙ୍କଠାରୁ ୧୦୦୦ ଟଙ୍କା ନିଆଯାଉଥିଲା । ଲୋକମାନେ ସେମାନଙ୍କର ହବସ୍ ମେଣ୍ଟାଇବା ପାଇଁ ଏହି ହୋଟେଲକୁ ଆସୁଥିଲେ । ଧରାପଡ଼ିଥିବା ସମସ୍ତ ଯୁବକ ଓ ଯୁବତୀ କେଉଁଠାରୁ ଆସିଛନ୍ତି, ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking