26.1 C
Bhubaneswar
Monday, September 30, 2024
Homeଅପରାଧଯୌତୁକ ପାଇଁ ଗର୍ଭବତୀ ମହିଳାଙ୍କୁ ହତ୍ୟା ଅଭିଯୋଗ

ଯୌତୁକ ପାଇଁ ଗର୍ଭବତୀ ମହିଳାଙ୍କୁ ହତ୍ୟା ଅଭିଯୋଗ

ଭଦ୍ରକ: ପୁଣି ଯୌତୁକ ଜୁଇରେ ଜଳିଲା ନବବଧୂ । ଚାରି ମାସ ତଳେ ବିବାହ କରିଥିବା ଗର୍ଭବତୀ ମହିଳାଙ୍କୁ ନିର୍ମମ ହତ୍ୟା । ଅଧିକ ଯୌତୁକ ଦାବି କରି ନବବଧୂଙ୍କୁ ହତ୍ୟା କଲେ ଶ୍ୱଶୁର ଘର ଲୋକେ । ଏନେଇ ଥାନାରେ ଅଭିଯୋଗ ପରେ ୨ଜଣଙ୍କୁ ଗିରଫ କଲା ପୋଲିସ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଚାନ୍ଦବାଲି ବାଲିଗାଁ ଗଜଗିରି ଗ୍ରାମରେ । ମୃତ ମହିଳା ହେଉଛନ୍ତି ମଞ୍ଜୁଲତା ଦାସ । ସୂଚନା ଅନୁଯାୟୀ, ଗତ ୪ମାସ ତଳେକାଁପଡା ପଞ୍ଚାୟତ ଅଧିନ ଦପା ଗ୍ରାମର ପିତବାସ ଦାସଙ୍କ ଝିଅ ମଞ୍ଜୁଲତାଙ୍କ ସହ ଜଗିରି ଗାଁର ଅଜୟ ମଳିକଙ୍କ ପୁଅ ସହିତ ବୈଦିକ ରୀତିନୀତିରେ ବିବାହ ହୋଇଥିଲା ।

ନିଜର କ୍ଷମତା ଅନୁଯାଇ ଯୌତୁକ ବାବଦରେ ପିତବାସ ଝିଅକୁ ୫୦ ହଜାର ଟଙ୍କା ସମେତ ଅଳଙ୍କାର ଓ ବିଭିନ୍ନ ସାମଗ୍ରୀ ଦେଇଥିଲେ । ମାତ୍ର ବିବାହର ଆଠ ଦିନ ପରେ ଅଧିକ ଯୌତୁକ ଦାବିରେ ସ୍ୱାମୀ ସମେତ ପରିବାର ସଦସ୍ୟ ମଞ୍ଜୁଲତାଙ୍କୁ ନାନାଦି ଅତ୍ୟାଚାର କରୁଥିବା ଜାଣିବାକୁ ପାଇଥିଲେ ପିତବାସ । କିନ୍ତୁ ଅତ୍ୟାଚାର ପରେବି ଝିଅକୁ ବୁଝାସୁଝା କରି ଶ୍ୱଶୁର ଘରେ ରହିବାକୁ ବାପଘର ଲୋକେ ପରାମର୍ଶ ଦେଇ ଆସୁଥିଲେ ।

ତେବେ ଅଧିକ ଯୌତୁକ ୫୦ ହଜାର ଟଙ୍କା ଦିଆନଗଲେ ତାକୁ ଜୀବନରୁ ମାରି ଦେବାକୁ ଶ୍ୱଶୁର ଘର ଲୋକେ ଯୋଜନା କରୁଥିବା କହିଥିଲେ ମଞ୍ଜୁଲତା । ଏହାର ମାତ୍ର କିଛି ଦିନ ପରେ ମଞ୍ଜୁଲତା ଆତ୍ମହତ୍ୟା କରିଥିବା ଶ୍ୱଶୁର ଘର ଲୋକେ ମଞ୍ଜୁଙ୍କ ବାପାଘର ଲୋକଙ୍କୁ ଖବର ଦେଇଥିଲେ । ଏହାପରେ ମଞ୍ଜୁଙ୍କ ବାପା ଚାନ୍ଦବାଲି ମେଡିକାଲରେ ପହଞ୍ଚି ଝିଅର ମୃତଦେହ ଦେଖିବା ପରେ ଏହା ଏକ ଯୋଜନାବଦ୍ଧ ହତ୍ୟା ହୋଇଥିବା ଥାନାରେ ଅଭିଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking