33.1 C
Bhubaneswar
Saturday, October 5, 2024
Homeଓଡିଶାରସିକିଆ ସ୍ୱାମୀ ବିରୋଧରେ ଅଭିଯୋଗ ଆଣିଲେ ପ୍ରଥମ ପତ୍ନୀ

ରସିକିଆ ସ୍ୱାମୀ ବିରୋଧରେ ଅଭିଯୋଗ ଆଣିଲେ ପ୍ରଥମ ପତ୍ନୀ

ବାରିକପୁର: ପ୍ରଥମ ପତ୍ନୀ ଓ ଏକ ପୁତ୍ର ସନ୍ତାନ ଥିବା ଜଣେ ରସିକିଆ ବ୍ୟକ୍ତି ଆଉ ଦୁଇଜଣ ପତ୍ନୀ ଗ୍ରହଣ କରିବା ଘଟଣା ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଭଣ୍ଡାରିପୋଖରୀ ଥାନା ଜଳହରି ଗ୍ରାମର ଲକ୍ଷ୍ମୀଧର ଜେନାଙ୍କ ଝିଅ ମମତା ପ୍ରାୟ ଦଶ ବର୍ଷ ପୂର୍ବେ ଧାମନଗର ଥାନା ମୁଥାନଗର ଗ୍ରାମର ଅମୂଲ୍ୟ ଜେନାଙ୍କୁ ବିବାହ କରିଥିଲେ । ବିବାହର କିଛିଦିନ ପରେ ଅମୂଲ୍ୟ ଅଧିକ ଯୌତୁକ ଦାବି କରି ମମତାଙ୍କୁ ନିର୍ଯାତନା ଦେଇ ଆସୁଥିଲେ । ତେବେ ସେମାନଙ୍କ ଔରସରୁ ଏକ ପୁତ୍ର ସନ୍ତାନ ରହିଛି । ପତ୍ନୀ ଓ ୮ବର୍ଷର ପୁଅ ଥାଇ ସୁଦ୍ଧା ରସିକିଆ ସ୍ୱାମୀ ଜଣକ ଇତିମଧ୍ୟରେ ଭୁବନେଶ୍ୱରଠାରେ ରହି ଦୁଇ ଦୁଇ ଥର ବିବାହ କରିସାରିଲେଣି ।

ଏପଟେ ପ୍ରଥମ ପତ୍ନୀ ଓ ପୁଅକୁ ଦେଖାଶୁଣା କରୁନଥିବା ଯୋଗୁଁ ପୂର୍ବରୁ ଧାମନଗର ଥାନାରେ ଅଭିଯୋଗ ହୋଇଥିଲା । ପରେ ଥାନାରେ ଭଦ୍ର ଲୋକଙ୍କ ନିଷ୍ପତ୍ତି ଅନୁଯାୟୀ ଅମୂଲ୍ୟ ମାଆ ପୁଅଙ୍କ ଚଳିବା ପାଇଁ ମାସକୁ ଦୁଇ ହଜାର ଟଙ୍କା ଦେବା ପାଇଁ ସ୍ଥିର ହୋଇଥିଲା । ହେଲେ ଏଥିରେ ବ୍ୟତିକ୍ରମ ଦେଖାଦେଇଥିବା ବେଳେ ଅମୂଲ୍ୟ ଗତ ୩ତାରିଖରେ ଘରକୁ ଆସି ମମତାକୁ ଅତି ଅମାନୁଷିକ ଭାବେ ମାଡ଼ ମାରିଥିଲେ । ଏଥିରେ ସେ ଅତିଷ୍ଠ ହୋଇ ଜୀବନ ବିକଳରେ ବାପଘରକୁ ପଳାଇ ଆସି ରସିକିଆ ସ୍ୱାମୀ ବିରୋଧରେ ଥାନାରେ ଲିଖିତ ଭାବେ ଜଣାଇଛନ୍ତି ମହିଳା ଜଣଙ୍କ । ତାଙ୍କୁ ତୁରନ୍ତ ନ୍ୟାୟ ଦିଆଯାଉ ବୋଲି ସେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking