19.1 C
Bhubaneswar
Monday, November 18, 2024
Homeଦେଶ ବିଦେଶଦ୍ୱାରକା ଶାରଦା ପୀଠର ଶଙ୍କରାଚାର୍ଯ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ପରଲୋକ

ଦ୍ୱାରକା ଶାରଦା ପୀଠର ଶଙ୍କରାଚାର୍ଯ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ପରଲୋକ

ଇନ୍ଦୋର : ଦ୍ୱାରକା ଏବଂ ଶାରଦା ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀଙ୍କର ରବିବାର ଦେହାନ୍ତ ହୋଇଛି । ୯୯ ବର୍ଷ ବୟସରେ ମଧ୍ୟପ୍ରଦେଶର ନରସିଂହପୁର ଠାରେ ଥିବା ଗଙ୍ଗା ଆଶ୍ରମରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା କଥା କୁହାଯାଇଛି । ଶେଷ ମୁହୂର୍ତ୍ତରେ ଶଙ୍କରାଚାର୍ଯ୍ୟଙ୍କ ଅନୁଗାମୀ ଏବଂ ଶିଷ୍ୟମାନେ ତାଙ୍କ ନିକଟରେ ଥିଲେ । ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀଙ୍କର ଦେହାନ୍ତ ହେବା ବିଷୟରେ ସୂଚନା ପାଇବା ପରେ ଆଖପାଖ ଅଞ୍ଚଳରୁ ବହୁ ଅନୁଗାମୀ ଏବଂ ଭକ୍ତ ଆଶ୍ରମରେ ପହଞ୍ଚିବାରେ ଲାଗିଛନ୍ତି। ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀଙ୍କୁ ହିନ୍ଦୁ ଧର୍ମର ସବୁଠାରୁ ବଡ ଧର୍ମଗୁରୁ ବୋଲି କୁହାଯାଏ । ସେ ଦୀର୍ଘଦିନ ହେବ ଅସୁସ୍ଥ ଥିଲେ । ଶଙ୍କରାଚାର୍ଯ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଦୀର୍ଘଦିନ ଲଢେଇ କରିଥିଲେ । ଏହା ବ୍ୟତୀତ ସେ ଦେଶ ସ୍ୱାଧୀନତା ପାଇଁ ଲଢେଇ କରିଥିବା କଥା ମଧ୍ୟ କୁହାଯାଉଛି । ସେ ଦେଶର ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇ ବାରଣାସୀରେ ୯ ମାସ ଓ ମଧ୍ୟପ୍ରଦେଶ ଜିଲ୍ଲା ଜେଲରେ ୯ ମାସ ଏଭଳି ଭାବେ ମୋଟ ୧୫ ମାସ ଜେଲରେ ରହିଥିଲେ।ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ଜନ୍ମ ମଧ୍ୟପ୍ରଦେଶର ସିବନୀ ଜିଲ୍ଲାର ଦେଘୋରୀ ଗ୍ରାମରେ ହୋଇଥିଲା । ସେ ୯ ବର୍ଷ ବୟସରେ ଘରଛାଡି ଧର୍ମଯାତ୍ରା ଆରମ୍ଭ କରିଥିଲେ । ୧୯୪୨ ମସିହା ବେଳେକୁ ଯେତେବେଳେ ତାଙ୍କ ମାତ୍ର ୧୯ ବର୍ଷ ହୋଇଥିଲା ସେତେବେଳେ ସେ ଜଣେ କ୍ରାନ୍ତିକାରୀ ସାଧୁ ଭାବେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking