ଯାଜପୁର : ଯାଜପୁର ଜିଲ୍ଲାର ଯାଜପୁର-କେନ୍ଦୁଝର ରୋଡ ରେଳ ଷ୍ଟେସନରେ ଜଣେ ମହିଳାଙ୍କ ନିକଟରୁ ଜିଲ୍ଲା ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ ୧୫୦କେଜି ଭାଙ୍ଗ ଜବତ କରିବା ସହିତ ମହିଳାଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି । ସୂଚନାଯୋଗ୍ୟ ଯେ ଏକ୍ସପ୍ରେସ ଟ୍ରେନର ବିହାର ପଞ୍ଚିମବଙ୍ଗ ରାଜ୍ୟରୁ ମହିଳା ମାନଙ୍କ ଦ୍ୱାରା ନିଶା ଦ୍ରବ୍ୟ ଯାଜପୁର କେନ୍ଦୁଝର ରେଳ ଷ୍ଟେସନକୁ ୧୫ବର୍ଷ ଧରି ଆସୁଛି । ୨୦୧୦ମସିହାରେ ଯାଜପୁର ରୋଡ ରେଳବାଇ ପୋଲିସ ୧୦ବସ୍ତାରୁ ଅଧିକ ଭକ୍ଷଙ୍ଗ ଜବତ କରିଥିଲା । ମହିଳା ମାନଙ୍କୁ ଗିରଫ କରିଥିଲା । ଏବେ ପୁଣି ନିଶାଦ୍ରଵ ଟ୍ରେନରେ ଆସି ଚତୁରତାର ସହିତ ଏହି ଷ୍ଟେସନ ଓହ୍ଲାଇ ଏକ ରାକେଟ ମାଧ୍ୟ୍ୟମରେ ବିଭିନ୍ନ ସ୍ଥାନକୁ ଚାଲାଣ ହେଉଛି । ରେଳବାଇ ପୋଲିସ ଜ୍ଞାତ ସାରାରେ ହେଉଥିବାରୁ ନିଶା ଦ୍ରବ୍ୟ ମାଫିଆ ମାନେ ନିର୍ଭରରେ ଚୋରା କାରବାର କରୁଥିଲେ । ଯାଜପୁର ଜିଲ୍ଲା ଅବକାରୀ ବିଭାଗର ସ୍ୱତନ୍ତ ସ୍କ୍ୱାର୍ଡ ପକ୍ଷରୁ ଆଜି ସକାଳେ ଯାଜପୁର-କେନ୍ଦୁଝର ରୋଡ ରେଳଷ୍ଟେସନ ନିକଟରୁ ଜଣେ ମହିଳାଙ୍କ ସମେତ ୧୫୦ କେଜି ଭାଙ୍ଗ ଜବତ କରିବା ସଂଗେ ଏହି କାରବାରରେ ସମ୍ପୃକ୍ତ ଥିବା ମହିଳାଙ୍କୁ ଧରିଥିଲେ । ଜବତ ଭାଙ୍ଗର ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରକ୍ଷଯାଉଛି । ମହିଳା ଜଣଙ୍କ ବିହାରରୁ ପାଟନା-ଏନା କାଲୁମୁ ଏକ୍ସପ୍ରେସ ମାଧ୍ୟମରେ ଭାଙ୍ଗ ଆଣି ଯାଜପୁର କେନ୍ଦୁଝର ଷ୍ଟେସନ ରେ ଓହ୍ଲାଇ ରାକେଟ ମକ୍ଷଧ୍ୟ୍ୟମରେ ଚାଲାଣ ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ସମୟରେ ସ୍ୱତନ୍ତ ମୋବାଇଲ ସ୍କ୍ୱାଡ଼ର ଅଧିକାରୀ ସମୀର କୁମାର ମହାନ୍ତି । ଯାଜପୁର ରୋଡ଼ ରେଳ ଷ୍ଟେସନରେ ଚଡାଉ କରି ଜଣେ ମହିଳାଙ୍କ ସହ ୧୫୦ କେଜି ଭାଙ୍ଗ ଜବତ କରିଛନ୍ତି । ମହିଳାକୁ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି । ପ୍ରଶ୍ନଉଠେ ରେଳବାଇ ପୋଲିସ ଓ ଆରଏଫ କିପରି ଜାଣି ପାରିଲେ ନାହିଁ । ବୈତରଣୀ ରୋଡ ଷ୍ଟେସନରେ ମଧ୍ୟ୍ୟ ଚୋରା ନିଶା ବେପାରୀ ମାନେ ସେମାନଙ୍କ ସାମ୍ରାଜ୍ୟ ବିସ୍ତାର କରୁଥିବାର ଖବର ମିଳିଛି ।