19.1 C
Bhubaneswar
Monday, November 18, 2024
Homeଅପରାଧପ୍ରେମ ପାଇଁ ବିଷ ପିଇଲା ନାବାଳିକା

ପ୍ରେମ ପାଇଁ ବିଷ ପିଇଲା ନାବାଳିକା

ବାଲେଶ୍ୱର: ପ୍ରେମିକର କଥାରେ ପଡ଼ି ପ୍ରେମିକା ବିଷ ପିଇ ଆତ୍ମହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ । ଏମିତି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଔପଦା ଥାନା ଫତେପୁର ଗ୍ରାମରେ । ନାବାଳିକାର ଆତ୍ମହତ୍ୟା ପାଇଁ ଉକ୍ତ ଯୁବକ ଜଣକ ଦାୟୀ ବୋଲି ପରିବାର ଅଭିଯୋଗ ଆଣିଛନ୍ତି । ଅଭିଯୋଗ ଅନୁସାରେ, ଗ୍ରାମର ଜଣେ ନାବାଳିକାକୁ ସେହି ଗ୍ରାମର ଆକାଶ ଲେଙ୍କା ନାମକ ଯୁବକ ଦୁଇବର୍ଷ ଧରି ଭଲ ପାଉଥିଲେ । ନାବାଳିକାଙ୍କ ବାପା ମାଆ ଏ ସମ୍ପର୍କରେ ଜାଣିବା ପରେ ଆକାଶଙ୍କ ପରିବାର ଲୋକଙ୍କୁ ଡାକି ସବୁକିଛି ଜଣାଇଥିଲେ ।

ଏହି ଘଟଣା ପରେ ନାବାଳିକା ଜଣଙ୍କ ପରିବାର ଲୋକଙ୍କ ସାମ୍ନାରେ ବିଷ ପିଇ ଦେଇଥିଲେ । ପରିବାର ଲୋକେ ନାବାଳିକାଙ୍କୁ ମେଡିକାଲ ନେଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଝିଅର ମୃତ୍ୟୁ ପାଇଁ ଆକାଶକୁ ଦାୟୀ କରି ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଆକାଶ ଏକ ବିଷ ବୋତଲ ନାବାଳିକା ପ୍ରେମିକାକୁ ଦେଇଥିଲେ । ପରିବାର ଲୋକଙ୍କ ଆଗରେ ବିଷ ପିଇଲେ ସେମାନେ ଏହି ଭଲ ପାଇବାକୁ ସ୍ୱୀକୃତି ଦେବେ ବୋଲି ଆକାଶ ନାବାଳିକା ପ୍ରେମିକାକୁ ବୁଝାଇଥିଲେ ।

ଯାହା ବିଷ ପିଇବା ପରେ ନାବାଳିକା ଝିଅ ପରିବାର ଆଗରେ ପ୍ରକାଶ କରିଥିଲା । ଏମିତି କିଛି ଅଭିଯୋଗ ଆଧାରରେ ଔପଦା ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି । ଘଟଣାଟି ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ନାବାଳିକାର ମୃତ୍ୟୁ ପାଇଁ ପ୍ରେମିକକୁ ଦାୟୀ କରି ପରିବାର ଲୋକେ ଯୁବକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking