ବରଗଡ଼: ଭେଡେନ ବ୍ଲକ ହୋଇଥିବା ଚର୍ଚ୍ଚିତ ହତ୍ୟାକାଣ୍ଡ ଘଟଣାର ରାୟ ଶୁଣାଇଲେ କୋର୍ଟ । ଗତ ୨୦୧୫ ମସିହାରେ ବରଗଡ଼ ଜିଲ୍ଲା ଭେଡେନ ବ୍ଲକରେ ହୋଇଥିବା ହତ୍ୟାକାଣ୍ଡ ଘଟଣାରେ ୩ ଜଣ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତରେ କରିଛନ୍ତି ବରଗଡ଼ ଅତିରିକ୍ତ ଜିଲ୍ଲା ଜଜ୍ ଶୋତସ୍ୱିନୀ କର । ବିଚାରଧୀନ କଏଦୀ ଭାବରେ ୭ ବର୍ଷ ହେଲା ବରଗଡ଼ ଜେଲ ଭିତରେ ଥିବା ୩ ଜଣଙ୍କୁ ବରଗଡ଼ କୋର୍ଟ ଆଜୀବନ ଦଣ୍ଡ ସହ ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି । ୩ ଜଣ କଏଦୀ ଗୋଟିଏ ପରିବାରର ବାପ ଓ ଦୁଇ ପୁଅ ବୋଲି ଜଣାପଡ଼ିଛି । ୨୦୧୫ ମସିହା ଫେବୃଆରୀ ୧୨ ତାରିଖରେ ବରଗଡ଼ ଜିଲ୍ଲା ଭେଡେନ ଥାନା ତାଳଗାଁ କେନ୍ଦପାଲି ଗ୍ରାମର ପ୍ରେମରାଜ କରନ ଓ ତାଙ୍କ ପୁଅ ଏକାଦଶିଆ କରନଙ୍କୁ ସେହି ଗ୍ରାମର ୩ ଜଣ ବ୍ୟକ୍ତି କୂଳ ବାରିକ ଓ ତାଙ୍କ ଦୁଇ ପୁଅ ମୀନକେତନ ଓ ସଚିଦା ବାରିକ ହତ୍ୟା କରିଥିଲେ ।
ଜମିବାଡ଼ି ବାବଦକୁ କେନ୍ଦ୍ରକରି ଗଣ୍ଡଗୋଳ କରିଥିଲେ ଓ ପରେ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ପ୍ରେମରାଜ କରନଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ପୁଅ ଏକାଦଶିଆ କରନ ଗୁରୁତର ହୋଇପଡ଼ିଥିଲେ । ଏହି ଘଟଣାକୁ ନେଇ ଭେଡେନ ଥାନାରେ ପ୍ରେମରାଜଙ୍କ ଝିଅ ରଶ୍ମିତା କରନଙ୍କ ଏତଲା ଦେଇଥିଲେ । ଅଭିଯୋଗ କ୍ରମେ ତିନି ବାପପୁଅଙ୍କୁ ପୋଲିସ ଗିରଫ କରିକୋର୍ଟକୁ ଚାଲାଣ କରିଥିଲା । ଏହି ହତ୍ୟା ଘଟଣାର ତଦନ୍ତକାରୀ ଅଧିକାରୀ ପ୍ରମାଣ ଓ ସାକ୍ଷ୍ୟ ସଂଗ୍ରହ କରିଥିଲେ । ସରକାରୀ ଓକିଲ ମନୋଜ ଏକ୍କା କୋର୍ଟରେ ଦୋଷୀଙ୍କୁ କଡ଼ା ଦଣ୍ଡ ଦେବାକୁ ଅନୁରୋଧ କରିଥିଲେ । ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଦୃଷ୍ଟିରେ ରଖି ବରଗଡ଼ ଅତିରିକ୍ତ ଜିଲ୍ଲା ଜଜ୍ ତିନି ବାପ-ପୁଅଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଏବଂ ମୃତକ ପରିବାରକୁ ଆର୍ôଥକ ସହାୟତା ଦେବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ।