19.1 C
Bhubaneswar
Monday, November 18, 2024
Homeଦେଶ ବିଦେଶଥାନାରେ ଉଲଗ୍ନ ହୋଇ ଶାଶୁଙ୍କ ବିରୋଧରେ ପ୍ରତିବାଦ କଲେ ପୋଲିସ କର୍ମଚାରୀ

ଥାନାରେ ଉଲଗ୍ନ ହୋଇ ଶାଶୁଙ୍କ ବିରୋଧରେ ପ୍ରତିବାଦ କଲେ ପୋଲିସ କର୍ମଚାରୀ

ନୂଆଦିଲ୍ଲୀ: ଅନେକ ଥର କିଛି ଛୋଟମୋଟ କାରଣକୁ ନେଇ ପୁଲିସ ଷ୍ଟେସନ ଚର୍ଚ୍ଚାରେ ରହିଥାଏ । କେତେବେଳେ ପୋଲିସର ବ୍ୟବହାର ତ ପୁଣି କେତେବେଳେ ପୁଲିସର ଥାର୍ଡ଼ ଡିଗ୍ରୀକୁ ନେଇ ଖବରର ଶିରୋନାମାରେ ପୁଲିସ ଥାନା ରହିଥାଏ । ତେବେ ରାଜଧାନୀ ଦିଲ୍ଲୀର ଏକ ପୁଲିସ ଷ୍ଟେସନରେ ଏପରି କିଛି ଘଟିଛି ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଉତ୍ତର ପୂର୍ବ ଦିଲ୍ଲୀର ଜ୍ୟୋତି ନଗର ପୁଲିସ ଷ୍ଟେସନରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ ଜଣେ ବ୍ୟକ୍ତି ନିଜର ପୋଷାକ କାଢି ଉଲଗ୍ନ ଅବସ୍ଥାରେ ପୁଲିସ ଷ୍ଟେସନରେ ବୁଲାବୁଲି କରିବା ସହ ହଙ୍ଗାମା କରୁଥିବା ନଜର ଆସିଛନ୍ତି । ସୂଚନା ଅନୁଯାୟୀ, ଜ୍ୟୋତି ନଗର ପୋଲିସ ଷ୍ଟେସନରେ ଯେଉଁ ବ୍ୟକ୍ତି ଜଣକ ଉଲଗ୍ନ ହୋଇ ହଙ୍ଗାମା କରୁଛନ୍ତି ବାସ୍ତବରେ ସେ ମଧ୍ୟ ଜଣେ ପୁଲିସ କର୍ମଚାରୀ ।

ତାଙ୍କ ଶାଶୁ ଜ୍ୟୋତି ନଗର ପୋଲିସ ଷ୍ଟେସନରେ ଚାକିରି କରୁଥିବାବେଳେ ଉକ୍ତ ବ୍ୟକ୍ତି ଜଣକ ତାଙ୍କ ଶାଶୁଙ୍କୁ ଭେଟିବା ପାଇଁ ପୁଲିସ ଷ୍ଟେସନକୁ ଆସିଥିଲେ । କିନ୍ତୁ କିଛି ସମୟ ପରେ ଶାଶୁ ଏବଂ ସେହି ବ୍ୟକ୍ତିଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ପୋଲିସ କର୍ମଚାରୀ ତୃତୀୟ ବାଟାଲିୟନରେ ଚାକିରି କରୁଥିବାବେଳେ ତାଙ୍କର ଦୀର୍ଘଦିନ ଧରି ପତ୍ନୀଙ୍କ ସହ ମନୋମାଳିନ୍ୟ ଚାଲିଛି । ଆଉ ସେ ବାବଦରେ କଥା ହେବା ପାଇଁ ସେପ୍ଟେମ୍ବର ୫ରେ ସେ ତାଙ୍କ ଶାଶୁଙ୍କ ସହ ଆଲୋଚନା କରିବାକୁ ଜ୍ୟୋତିନଗର ପୁଲିସ ଷ୍ଟେସନକୁ ଆସିଥିଲେ । ତେବେ ଶାଶୁଙ୍କ ସହ ଯୁକ୍ତିତର୍କ ସହ ଝଗଡା ହେବା ପରେ ପୁଲିସ କର୍ମଚାରୀ ଜଣକ ଉଲଗ୍ନ ହୋଇ ପୁଲିସ ଷ୍ଟେସନରେ ହଙ୍ଗାମା କରିଥିଲେ । ତେବେ ଜ୍ୟୋତିନଗର ପୁଲିସ ଥାନା ପକ୍ଷରୁ କୁହାଯାଇଛି ଯେ ଅଭିଯୁକ୍ତଙ୍କ ବିରୋଧରେ ଉପଯୁକ୍ତ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking