29.1 C
Bhubaneswar
Monday, November 18, 2024
Homeଦେଶ ବିଦେଶମହାରାଣୀ ଏଲିଜାବେଥଙ୍କ ଶାସନକାଳରେ ସେବା ଦେଇଥିଲେ ୧୫ ବ୍ରିଟିଶ ପ୍ରଧାନମନ୍ତ୍ରୀ

ମହାରାଣୀ ଏଲିଜାବେଥଙ୍କ ଶାସନକାଳରେ ସେବା ଦେଇଥିଲେ ୧୫ ବ୍ରିଟିଶ ପ୍ରଧାନମନ୍ତ୍ରୀ

ଲଣ୍ଡନ: ବ୍ରିଟେନ ମହାରାଣୀ ଏଲିଜାବେଥଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି । ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ପାଇଁ ସ୍କଟଲାଣ୍ଡର ବାଲମୋରାଲ କ୍ୟାସେଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ରାଣୀ ଏଲିଜାବେଥ । ୨୫ ବର୍ଷ ବୟସରୁ ଗାଦି ସମ୍ଭାଳିଥିଲେ ୧୫ ଦେଶରେ ରାଜ କରିଥିଲେ ରାଣୀ । ବ୍ରିଟେନରେ ସର୍ବାଧିକ ସମୟ ଶାସନ କରିଥିବା ମହାରାଣୀ ହେଉଛନ୍ତି ଏଲିଜାବେଥ । ୭୦ ବର୍ଷ ଶାସନ ଭାର ସମ୍ଭାଳିଥିଲେ ସେ । ତାଙ୍କ ଶାସନ ସମୟରେ ବ୍ରିଟେନର ୧୫ ଜଣ ପ୍ରଧାନମନ୍ତ୍ରୀ ସେବା ପ୍ରଦାନ କରିଛନ୍ତି । ୱିନଷ୍ଟନ ଚର୍ଚିଲଙ୍କଠୁ ନେଇ ବୋରିସ ଜନସନ ଓ ନିକଟରେ ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଲିଜ ଟ୍ରସଙ୍କୁ ଦାୟିତ୍ୱ ଦେଇଥିଲେ ରାଣୀ ଏଲିଜାବେଥ ଦ୍ୱିତୀୟ । ୭୦ ବର୍ଷ ଶାସନ କାଳ ମଧ୍ୟରେ ୩ ଜଣ ପ୍ରଧାନମନ୍ତ୍ରୀ ତାଙ୍କ ଶାସନ କାଳରେ ଜନ୍ମ ହୋଇଥିଲେ । ବର୍ଷ ୧୯୫୨ରେ ଏଲିଜାବେଥ ଦ୍ୱିତୀୟଙ୍କ ପିତାଙ୍କ ଦେହାନ୍ତି ହୋଇଥିଲା । ଏହି ସମୟରେ ୱିନଷ୍ଟନ ଚର୍ଚିଲ ଆରମ୍ଭରୁ ଅଭିଯୋଗ କରିଥିଲେ କି ଏଲିଜାବେଥ ଜଣେ ଛୋଟ ପିଲା । ମାତ୍ର କିଛି ଦିନ ପରେ ସେ ଏଲିଜାବେଥଙ୍କୁ ତାରିଫରେ ପୋତି ପକାଇଥିଲେ । ଏକ ସମ୍ବୋଧନର ଚର୍ଚିଲ କହିଥିଲେ, ”ବିଶ୍ୱର କୋଣ କୋଣରେ ଏପରି ବ୍ୟକ୍ତିତ୍ୱ ମିଳିବା କଷ୍ଟକର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking