ଭୁବନେଶ୍ୱର, – ଲଗାଣ ବର୍ଷା ଓ ବନ୍ୟାଦ୍ୱାରା ଚାଷ ଉଜୁଡ଼ିଯିବା ଫଳରେ ଚାଷୀକୁଳ ଏବେ ବେ-ସାହାରା । ବିପନ୍ନ ଲୋକେ ସହାୟତା ପାଇବା ସାତ ସ୍ୱପ୍ନ ହେଲାଣି । ଅଦ୍ୟାବଧି ସରକାରଙ୍କ ପକ୍ଷରୁ ଫସଲ କ୍ଷୟ କ୍ଷତିର ସଠିକ୍ ଆକଳନ କରା ନ ଯାଇ ମାତ୍ର ୧ ଲକ୍ଷ ୨୬ ହଜାର ୧୬୨ ହେକ୍ଟର ଚାଷ ଜମିରେ ୩୩ ପ୍ରତିଶତରୁ ଉର୍ଦ୍ଧ୍ୱ ଫସଲହାନୀ ହୋଇଛି ବୋଲି ସୂଚନା ଦିଆଯାଇଛି । ବାସ୍ତବ କ୍ଷେତ୍ରରେ ପୁନଃ ଆକଳନ କରାଗଲେ ଏହାଠାରୁ ଯଥେଷ୍ଟ ଅଧିକ ଫସଲ କ୍ଷତି ହେବାର ତଥ୍ୟ ଆସିପାରିବ ବୋଲି ଆଜି ପିସିସି କିଷାନ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ।କ୍ଷେତ୍ରସ୍ତରରେ ଯେଉଁ ପ୍ରଶାସନିକ ଅଧିକାରୀଙ୍କଦ୍ୱାରା କ୍ଷୟ କ୍ଷତିର ଆକଳନ କରାଯାଇଛି ଏଥିରେ ବହୁ ତୃଟି ରହିଛି । ଅନେକ ଯାଗାକୁ ମଧ୍ୟ କ୍ଷେତ୍ର ଅଧିକାରୀମାନେ ଆଦୌ ଯାଇ ନଥିବାର ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପିସିସି କିଷାନ କଂଗ୍ରେସ ରାଜ୍ୟ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ରାଜଭବନରେ ଓଡ଼ିଶାର
ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲଙ୍କ ସହିତ ସାକ୍ଷାତ ଆଲୋଚନା କରି ୧୭ ଦଫା ସମ୍ବଳୀତ ଏକ ଦାବୀପତ୍ର ମହାମହୀମ ରାଜ୍ୟପାଳଙ୍କ ହସ୍ତକ୍ଷେପ ପାଇଁ ପ୍ରଦାନ କରିଛନ୍ତି । ଏଥି ପୂର୍ବରୁ ବିପନ୍ନ ଲୋକଙ୍କୁ ଉଦ୍ଧାର ଓ ଥଇଥାନ, କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ ସହାୟତା ଯୋଗାଇ ଦେବାକୁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ସର୍ବଦଳୀୟ ବୈଠକ ଡାକିବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବୀ କରିଥିଲେ।ସରକାର ବିରୋଧୀଙ୍କୁ ବିଶ୍ୱାସ କଲେନାହିଁ । ଯାହା ଫଳରେ ବ ର୍ମାନର ଅବସ୍ଥା ଅତି ସଙ୍ଗୀନ । ତେଣୁ ରାଜ୍ୟ ସରକାରଙ୍କୁ ଏଥିପାଇଁ ବହୁ ମୂଲ୍ୟ ଦେବାକୁ ପଡ଼ିବ ବୋଲି କିଷାନ କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ କହିଛନ୍ତି ।
ଏବେ ରାଜ୍ୟ ସରକାର ଚିରା ଚରିତ ଢଙ୍ଗରେ ଯେଉଁ ବନ୍ୟା ସହାୟତା ଘୋଷଣା କରିଛନ୍ତି ଏହା କେବଳ ଧର୍ମକୁ ଆଖିଠାର । ଏଥିରେ କିଛି ନୂତନତ୍ୱ ନାହିଁ । ଦ୍ୱିତୀୟତଃ ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ପାଣ୍ଠିରୁ ଯେଉଁ କୃଷି ଇନପୁଟ୍ ସହାୟତା ରାଶି ଯୋଗାଇ ଦେବାର ବ୍ୟବସ୍ଥା ରହିଛି ଏଥିରେ ଚାଷୀର ଫସଲ କ୍ଷତି ଭରଣାରେ ଆଦୌ ସମ୍ଭବପର ନୁହେଁ । କାରଣ ଏକ ହେକ୍ଟର ଧାନ ଚାଷ ପାଇଁ ପ୍ରାୟ ୬୦ ହଜାର ଟଙ୍କା ଖର୍ଚ୍ଚ । ଏଥିରେ ଯଦି ପ୍ରାକୃତିକ ବିପର୍ଯ୍ୟୟ ପାଣ୍ଠିରୁ ଜଳସେଚିତ ଅଞ୍ଚଳପାଇଁ ପ୍ରତି ହେକ୍ଟର ପିଚ୍ଛା ୧୩,୫୦୦ ଓ ଅଣ ଜଳସେଚିତ ପାଇଁ ୬,୮୦୦ଟଙ୍କା କୃଷି ଇନପୁଟ୍ ସହାୟତା ଯୋଗାଇ ଦିଆଯାଏ ଏଥିରେ ଚାଷୀ ଲାଭ ପାଇବ କ’ଣ? ତେଣୁ ପ୍ରଚଳିତ କୃଷି ଇନପୁଟ୍ ସହାୟତା ରାଶିର ଦୁଇଗୁଣା ବୃଦ୍ଧି କରାଯିବା ଅତ୍ୟନ୍ତ ଜରୁରୀ । ଉକ୍ତ *ଦାବୀପତ୍ରରେ:-*
ସରକାରଙ୍କ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଫସଲ କ୍ଷୟ କ୍ଷତିର ପୁନଃ ଆକଳନ, ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ଅତି ସଅଳ କିସମ ଧାନ ଓ ଡାଲିଜାତୀୟ ବିହନ, ଚିନାବାଦାମ ମଞ୍ଜି ଓ ଆବଶ୍ୟକ ସ୍ଥଳେ ଧାନ ତଳି ଯୁଦ୍ଧକାଳୀନ ଭି ିରେ ଯୋଗାଇଦେବା, ରବିଚାଷ ପାଇଁ ବିହନ ଓ ପନିପରିବା ମଞ୍ଜି ଯୋଗାଣ, ବନ୍ୟାକ୍ଷତିଗ୍ରସ୍ତ ଚାଷୀଙ୍କୁ ସାର, କୀଟନାଶକ ଔଷଧ ରିହାତି ଅର୍ଥରେ ଯୋଗାଇଦେବା, ସମସ୍ତ ଚାଷୀଙ୍କଠାରୁ କୃଷି ଋଣ ଛାଡ଼, ରବି ଚାଷ ପାଇଁ ବିନା ସୁଧରେ କୃଷି ଋଣ ପ୍ରଦାନ, ପ୍ରଚଳିତ ରିଲିଫ୍ କୋର୍ଡ଼ର ସଂଶୋଧନ, ଧାନ ଫସଲର କ୍ଷତିଗ୍ରସ୍ତ ଚାଷୀଙ୍କୁ ପ୍ରତି ଏକର ପିଚ୍ଛା ୩୦ ହଜାର ଟଙ୍କା ଓ ପନିପରିବା କ୍ଷତିଗ୍ରସ୍ତ ଚାଷୀଙ୍କୁ ୧ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ, ଫସଲ କ୍ଷତିଗ୍ରସ୍ତ ଭାଗଚାଷୀଙ୍କୁ ସ୍ୱତନ୍ତ୍ର ଆର୍ôଥକ ସହାୟତା ପ୍ରଦାନ, ମନରେଗାରେ କୃଷି କ୍ଷେତ୍ରକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇ ୨୦୦ ଦିନ ପର୍ଯ୍ୟନ୍ତ ଶ୍ରମ ବ୍ୟବସ୍ଥା, କେନାଲରେ ରବି ପାଣି ଯୋଗାଣକୁ ତ୍ୱରାନ୍ୱିତ କରିବା, ପ୍ରତି ଚାଷୀଙ୍କୁ ୯୦ ପ୍ରତିଶତ ସରକାରୀ ସହାୟତାରେ ଏକକ ଲିଫ୍ଟ ପଏ ବ୍ୟବସ୍ଥା, ପ୍ରାକୃତିକ ବିପର୍ଯ୍ୟୟ ପାଣ୍ଠିରୁ ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ବ୍ୟବସ୍ଥା ଥିବା କୃଷି ଇନପୁଟ୍ ସହାୟତା ରାଶିର ଦୁଇଗୁଣା ବୃଦ୍ଧି, ଫସଲବୀମା କରିଥିବା ଚାଷୀ ଯଦି ଚାଷର ଏକମାସ ମଧ୍ୟରେ ସେମାନଙ୍କର ଫସଲ (ତଳି) ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ସେହି କ୍ଷତିଗ୍ରସ୍ତ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲବୀମା ସ ର୍ାବଳୀ ଅନୁଯାୟୀ ଅଗ୍ରୀମ ବୀମା କ୍ଷତିପୂରଣ ସହାୟତା ରାଶି ପ୍ରଦାନ କରିବାକୁ ଉଲ୍ଲେଖ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଚାଷୀନେତା ଧ୍ରୁବ ଚରଣ ପରିଡ଼ା, ବସନ୍ତ କୁମାର ମାହାରଣା, ଦାଶରଥି ସାହୁ,ନାରାୟଣ ପରିଡ଼ା, ସଦାନନ୍ଦ ଓଝା ପ୍ରମୁଖ ଉପସ୍ଥିତ ଥିଲେ ।