ରାଉରକେଲା : ପାରିବାରିକ କଳିରୁ ଗଲା ପୁଅର ଜୀବନ । ଏମିତି ଅଭାବନୀୟ ଘଟଣା ଘଟିଛି ଚାନ୍ଦିପୋଷ ବରଘାଟ ଗାଁରେ । ବାପର ଟାଙ୍ଗିଆ ଚୋଟରେ ଗୁରୁତର ପୁଅକୁ ରାଉରକେଲା ସରକାରୀ ଡାକ୍ତରଖାନା(ଆରଜିଏଚ୍) ରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସିତ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଚାନ୍ଦିପୋଷ ଥାନା ବରଘାଟ ଗାଁରେ ଘରୋଇ କଳିକୁ ନେଇ ବାପା ରେଙ୍ଗୁଟୁ କୁମ୍ଭାର ଓ ପୁଅ ବିଜୁ କୁମ୍ଭାର ମଧ୍ୟରେ ବଚସା ହୋଇଥିଲା ।
ବାପା ରେଙ୍ଗୁଟୁ କୁମ୍ଭାର ଉତକ୍ଷିପ୍ତ ହୋଇ ପୁଅ ବିଜୁଙ୍କ ମୁଣ୍ଡକୁ ଟାଙ୍ଗିଆରେ ଆକ୍ରମଣ କରିବାରୁ ଗୁରୁତର ଅବସ୍ଥାରେ ବିଜୁଙ୍କୁ ବଣେଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ଗୁରୁତର ଅବସ୍ଥାରେ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା (ଆରଜିଏଚ୍) ସ୍ଥାନାନ୍ତର କରାଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅଭିଯୁକ୍ତ ବାପା ରେଙ୍ଗୁଟୁ କୁମ୍ଭାରଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି ।