କଳାହାଣ୍ଡି: କାଶୀପୁର ପରେ ବର୍ତ୍ତମାନ କଳାହାଣ୍ଡିରେ ମାତିଛି ଡାଇରିଆ । ଆଦିବାସୀ ଅଧ୍ୟ୍ୟୁଷିତ ଅଞ୍ଚଳର ଲୋକମାନେ ଏବେ ଝାଡ଼ାବାନ୍ତି ରୋଗରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି । ତେବେ ବିଶୁଦ୍ଧ ପାନୀୟ ଜଳର ଅଭାବ ସହିତ ଜନ ସଚେତନତାର ଅଭାବ ଏହି ରୋଗର ମୁଖ୍ୟ କାରଣ ପାଲଟିଛି । ସରକାରୀ ରିପୋର୍ଟ ଅନୁଯାୟୀ, କଳାହାଣ୍ଡି ଜିଲ୍ଲାରେ ଗତ ମାସରେ ୭୧ ଜଣ ଝାଡ଼ାବାନ୍ତି ରୋଗରେ ଆକ୍ରାନ୍ତ ହୋଇଥିଲେ । ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ବିଭିନ୍ନ ମେଡ଼ିକାଲରେ ୧୮ ଜଣ ରୋଗୀ ଚିକିତ୍ସିତ ହେଉଥିବା ଜଣାଯାଇଛି ।
ସେପଟେ ଡାଇରିଆରେ ୨ଜଣଙ୍କ ମୃତ୍ୟ ହୋଇଥିବା ନେଇ ସୂଚନା ଦେଇଛି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ । ତେଣୁ ସମସ୍ତ ଗାଁରେ ଡାକ୍ତରୀ ଟିମ ପହଞ୍ଚି ଲୋକମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ସହ ସଚେତନ ମଧ୍ୟ କରାଯାଉଛନ୍ତି । ଏ ନେଇ ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି । ସେପଟେ ଗତକାଲି ଥୁଆମୂଳ ରାମପୁର ଯାଇ ଡାଇରିଆ ସ୍ଥିତି ଅନୁଧ୍ୟାନ କରିବା ସହ ମେଡ଼ିକାଲରେ ରୋଗୀଙ୍କ ସହ ଆଲୋଚନା ମଧ୍ୟ କରିଥିଲେ ଜିଲ୍ଲାପାଳ । ତେବେ ଜିଲ୍ଲାରେ ବର୍ତ୍ତମାନ ଡାଇରିଆ ସ୍ଥିତି ନିୟନ୍ତ୍ରଣାଧୀନ ଥିବା କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ରଞ୍ଜନ ମିତ୍ର ।