ଗଞ୍ଜାମ: ସମ୍ପତ୍ତି ପାଇଁ ଭୁଲିଗଲା ରକ୍ତ ସମ୍ପର୍କ । ଜନ୍ମକଲା ମାଆର ଗଳା ଚିପି ହତ୍ୟା କଲା ମାତୃହନ୍ତା । ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅନ୍ତର୍ଗତ ଉଲୁଦନ ଗ୍ରାମ ଅଡଙ୍ଗ ପାରି ସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ସୂଚନାନୁଯାୟୀ, ତାରସିଂ ଥାନା ଅନ୍ତର୍ଗତ ଉଲୁଦନ ଗ୍ରାମ ଅଡଙ୍ଗ ପାରି ସାହିର ସନ୍ତୋଷ ନାୟକ ଏବଂ ତାଙ୍କ ମାଆଙ୍କ ମଧ୍ୟରେ ୪ ଦିନ ହେଲା ସମ୍ପତ୍ତି ପାଇଁ କଳହ ଲାଗି ରହିଥିଲା ।
ପୂର୍ବରୁ ମଧ୍ୟ ସମ୍ପତ୍ତି ଭାଗବଣ୍ଟାକୁ ନେଇ ମାଆ-ପୁଅଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା । ହେଲେ ମଙ୍ଗଳବାର ଅପରାହ୍ନରେ ମାଆ-ପୁଅଙ୍କ କଳହ ଉଗ୍ର ରୂପ ନେଇଛି । ପୁଅ ସନ୍ତୋଷ ମାଆର ତଣ୍ଟି ଚିପି ହତ୍ୟା କରିବା ପରେ ଫେରାର୍ ହୋଇଯାଇଛି । ଏନେଇ ମୃତକଙ୍କ ଝିଅ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ତାରାସିଂ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।