20.1 C
Bhubaneswar
Sunday, November 17, 2024
Homeଅପରାଧନାବାଳିକାଙ୍କୁ ଦୁଷ୍କର୍ମ ମାମଲାର ଶୁଣାଣି: ୨୦ ବର୍ଷ ଜେଲ୍ ସହ ୩୦ ହଜାର ଜୋରିମାନା

ନାବାଳିକାଙ୍କୁ ଦୁଷ୍କର୍ମ ମାମଲାର ଶୁଣାଣି: ୨୦ ବର୍ଷ ଜେଲ୍ ସହ ୩୦ ହଜାର ଜୋରିମାନା

ବ୍ରହ୍ମପୁର: ଜଣେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲାର ସ୍ୱତନ୍ତ୍ର ପୋକ୍‌ସୋ କୋର୍ଟ ଜଜ୍ ଧନେଶ୍ୱର ପତି ଆଜି ଶୁଣାଣି କରିଛନ୍ତି । ଏହି ମାମଲାରେ ପୁରୁଷୋତ୍ତମପୁର ଥାନା ଅଞ୍ଚଳର ଅଭିଯୁକ୍ତ ବୃନ୍ଦାବନ ନାୟକଙ୍କୁ ସମସ୍ତ ସାକ୍ଷ୍ୟ ପ୍ରମାଣଙ୍କୁ ଆଧାର କରି କୋର୍ଟ ୨୦ ବର୍ଷ ଜେଲ୍ ଦଣ୍ଡ ଶୁଣାଣି କରିଛନ୍ତି । ଏହାସହ ଅଭିଯୁକ୍ତଙ୍କୁ ୩୦ ହଜାର ଜୋରିମାନ ଦେବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ଯଦି ଅଭିଯୁକ୍ତ ଜଣଙ୍କ ଜୋରିମାନା ନଦିଅନ୍ତି ତେବେ ଅଧିକ ୬ ମାସ ଜେଲ୍ ଦଣ୍ଡ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ବିଚାରଣା ବେଳେ ମୋଟ୍ ୧୨ଜଣ ସାକ୍ଷୀଙ୍କ ବୟାନ୍ ରେକର୍ଡ କରାଯାଇଥିଲା । ଏହାସହ କ୍ଷତିପୂରଣ ବାବଦକୁ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବା ନିମନ୍ତେ ଆଇନ ସେବା ପ୍ରାଧୀକରଣ ସଚିବଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ୨୦୧୯ ମେ’ ୧୩ ତାରିଖରେ ପୁରୁଷୋତ୍ତମପୁର ଥାନା ଅଞ୍ଚଳର ଏକ ଗ୍ରାମର ୩ଜଣ ନାବାଳିକା ମଧ୍ୟାହ୍ନ ସମୟରେ ଏକ ଗାଡିଆକୁ ଗାଧେଇବା ନିମନ୍ତେ ଯାଉଥିଲେ । ଏହି ସମୟରେ ଅଭିଯୁକ୍ତ ବୃନ୍ଦାବନ ସେହି ସ୍ଥାନକୁ ଜାଇ ପୀଡ଼ିତା ନାବାଳିକାଙ୍କ ବାପାଙ୍କ କିପରି ମୃତ୍ୟୁ ହୋଇଥିଲା ବୋଲି ପଚାରିଥିଲେ । ଏହାସହ ତାଙ୍କ ଟଣାଓଟରା କରିଥିଲେ । ଏହା ଘଟଣାରେ ପୀଡ଼ିତାଙ୍କ ଦୁଇ ବନ୍ଧୁ ଏହାକୁ ପ୍ରତିବାଦ କରିବାରୁ ତାଙ୍କୁ ଅଭିଯୁକ୍ତ ଜଣଙ୍କ ଗାଳିଗୁଲଜ କରି ସେଠାରୁ ଚାଲିଯିବାକୁ କହିଥିଲେ । ଏହା ପରେ ଅଭିଯୁକ୍ତ ଜଣଙ୍କ ପୀଡ଼ିତା ନାବାଳିକା ସହ ଦୁଷ୍କର୍ମ କରିଥିଲେ ।

ଅନ୍ୟପକ୍ଷରେ ଉକ୍ତ ୨ ନାବାଳିକା ତୁରନ୍ତ ଆସି ଗ୍ରାମ ଗ୍ରାମବାସୀ ଘଟଣାସ୍ଥଳକୁ ସମ୍ପର୍କରେ କହିବାରୁ କିଛି ଗ୍ରମବାସୀ ଘଟଣାସ୍ଥଳକୁ ଯାଇ ବୃନ୍ଦାବନଙ୍କୁ କାବୁ କରିଥିଲେ । ଏ ନେଇ ନାବାଳିକାର ବାପା ପୁରୁଷୋତ୍ତମପୁର ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ କେନ୍ଦ୍ର କରି ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା । ପରେ ପୁଲିସ ଏହି ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଆଜି ଏହି ମାମଲାର ଜଜ୍ ଶୁଣାଣି କରି ସମସ୍ତ ସାକ୍ଷ୍ୟ ପ୍ରମାଣଙ୍କୁ ଆଧାର କରି କୋର୍ଟ ଅଭିଯୁକ୍ତ ସୀମାଞ୍ଚଳଙ୍କୁ ୨୦ ବର୍ଷ ଜେଲ୍ ଦଣ୍ଡର ଶୁଣାଣି କରିଛନ୍ତି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ମୋହନ ସିଂହାରୀ ମୋକଦ୍ଦମା ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking