27.1 C
Bhubaneswar
Monday, November 25, 2024
Homeବିଜିନେସ୍ପେଟିଏମ୍ ଓ ରେଜରପେ କାର୍ଯ୍ୟାଳୟରେ ଇଡି ଚଢ଼ଉ

ପେଟିଏମ୍ ଓ ରେଜରପେ କାର୍ଯ୍ୟାଳୟରେ ଇଡି ଚଢ଼ଉ

ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଅନଲାଇନ ଦେଣନେଣ କାରବାର କରୁଥିବା କମ୍ପାନୀ ଯଥା ପେଟିଏମ୍‌, ରେଜରପେ ଓ କ୍ୟାସ୍‌ଫ୍ରି ବେଙ୍ଗାଲୁରୁ କାର୍ଯ୍ୟାଳୟ ଉପରେ ଚଢଉ କରାଯାଇଥିବା ଜଣାପଡିଛି । ସ୍ମାର୍ଟଫୋନ ଜରିଆରେ ଲୋକଙ୍କୁ ଋଣ ଯୋଗାଇଦେବାକୁ କେତେକ ଚୀନ୍ ନାଗରିକ ଯେଉଁ ର‌୍ୟାକେଟ ଚଳାଇଛନ୍ତି, ସେଥିରେ ଏହି କମ୍ପାନୀଗୁଡିିକ ସଂପୃକ୍ତ ଥିବା ଅଭିଯୋଗ ହୋଇଛି । ଏହି ପ୍ରକ୍ରିୟାରେ ଇଡି ପକ୍ଷରୁ ବିଭିନ୍ନ ବ୍ୟାଙ୍କରେ ଥିବା ଏହି ଚୀନ୍ ନାଗରିକଙ୍କ ୧୭ କୋଟି ଟଙ୍କାର ଆକାଉଣ୍ଟକୁ ଜବତ ମଧ୍ୟ କରାଯାଇଛି । ବେଙ୍ଗାଲୁରୁ ଥାନାରେ ୧୮ଟି ଏତଲା ମଧ୍ୟ ଦାଏର କରାଯାଇଛି । ଭାରତୀୟଙ୍କ ନାମରେ ନକଲି କାଗଜପତ୍ର ପ୍ରସ୍ତୁତ କରି ଏହି ଚୀନ୍ ନାଗରିକମାନେ ଠକାମୀ କାର୍ଯ୍ୟ ଜାରି ରଖିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking