31.1 C
Bhubaneswar
Monday, September 30, 2024
Homeଦେଶ ବିଦେଶଚୀନରେ ଶକ୍ତିଶାଳୀ ଭୂମିକମ୍ପ; ୭ ମୃତ

ଚୀନରେ ଶକ୍ତିଶାଳୀ ଭୂମିକମ୍ପ; ୭ ମୃତ

ନୂଆଦିଲ୍ଲୀ : ଚୀନର ଦକ୍ଷିଣ-ପଶ୍ଚିମ ସିଚୁଆନ ଅଞ୍ଚଳର ଲୁଣ୍ଡିଗ୍ କାଉଣ୍ଟିରେ ୬.୬ ତୀବ୍ରତାର ଭୂମିକମ୍ପ ରେକର୍ଡ କରାଯାଇଛି। ୟୁଏସଜିଏସ ଏହି ସୂଚନା ଦେଇଛି। ଭୂମିକମ୍ପର ଝଟକା ଲୋକେ ଦ୍ୱିପ୍ରହରରେ ଅନୁଭବ କରିଥିଲେ। ଭୂମିକମ୍ପ ୧୦ କିଲୋମିଟର (୬ ମାଇଲ୍) ଗଭୀରରେ କୈନ୍ଦ୍ରିତ ଥିଲା। ଏଥିରେ ୭ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ଖବର ରହିଛି। ଏହା ପୂର୍ବରୁ ଜୁନରେ ବି ଏଠାରେ ଭୂମିକମ୍ପ ଅନୁଭୂତ ହୋଇଥିଲା, ଯେଉଁଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ରିପୋର୍ଟ ମୁତାବକ, ଏହି ଭୂମିକମ୍ପ ସ୍ଥାନୀୟ ସମୟ ଅନୁସାରେ ଦ୍ୱିପ୍ରହର ୧୨ଟା ୨୫ ମିନିଟରେ ଆସିଥିଲା। ଭୂମିକମ୍ପର କେନ୍ଦ୍ର ୨୯.୫୯ ଡିଗ୍ରୀ ଉତ୍ତର ଅକ୍ଷାଂଶ ତଥା ୧୦୨.୦୮ ଡିଗ୍ରୀ ପୂର୍ବ ଦ୍ରାଘିମାଠାରୁ ଭୂମିର ୧୬ କିଲୋମିଟର ଗଭୀରରେ ଥିଲା। ଲୁଣ୍ଡିଗ୍ କାଉଣ୍ଟିରୁ ୩୯ କିଲୋମିଟର ଦୂରରେ ଭୂମିକମ୍ପର କେନ୍ଦ୍ର ଥିଲା, ଯାହାର ୫ କିଲୋମିଟର ପରିଧି ମଧ୍ୟରେ ଅନେକ ଗାଁ ଆସିଥାଏ। ଭୂମିକମ୍ପର ଝଟକା ସିଚୁଆନର ରାଜଧାନୀ ଚେଗନ୍ଦୁରେ ମଧ୍ୟ ଅନୁଭବ କରାଯାଇଥିଲା। ଏହା ଭୂମିକମ୍ପର କେନ୍ଦ୍ରଠାରୁ ୨୨୬ କିଲୋମିଟର ଦୂରରେ ଅବସ୍ଥିତ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking