31.1 C
Bhubaneswar
Monday, September 30, 2024
Homeଦେଶ ବିଦେଶମେଲଣରେ ଅଘଟଣ, ଦୋଳି ଖସିପଡିବାରୁ ୫୦ ଆହତ

ମେଲଣରେ ଅଘଟଣ, ଦୋଳି ଖସିପଡିବାରୁ ୫୦ ଆହତ

ଚଣ୍ଡିଗଡ: କାଳ ପାଲଟିଲା ଦୋଳି । ମେଲଣ ଦୋଳିରେ ବସି ଝୁଲୁଥିବା ବେଳେ ଘଟିଲା ଅଘଟଣ । ୫୦ ଫୁଟ ଉଚ୍ଚତାରୁ ଖସିପଡିଲା ଦୋଳି । ଫଳରେ ୫୦ ଜଣ ଆହତ ହୋଇଥିବା ବେଳେ କେହି ମୃତହାତ ହୋଇନଥିବା ସୂଚନା । ପଞ୍ଜାବ ମୋହାଲିରେ ଘଟିଛି ଏହି ଅଭାବନୀୟ ଘଟଣା । ସମସ୍ତଙ୍କ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଆହତଙ୍କ ମଧ୍ୟରେ ଶିଶୁ ଓ ମହିଳା ମଧ୍ୟ ରହିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ପଞ୍ଜାବରେ ମୋହାଲିରେ ଏକ ମେଲଣ ଚାଲିଥିବା ବେଳେ ଆୟୋଜକ ମାନଙ୍କୁ ସେପ୍ଟେମ୍ବର ୪ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ପାଇଁ ଅନୁମତି ରହିଥିଲା ।

କିନ୍ତୁ ଏହାକୁ ସେପ୍ଟେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ବଢାଯାଇଥିଲା । ମେଲଣରେ ଦୋଳି ସାମିଲ ହୋଇଥିବା ବେଳେ ସେଠାକୁ ବୁଲି ଆସୁଥିବା ଲୋକେ ଦୋଳି ଖେଳୁଥିଲେ । ତେବେ ରବିବାର ଏକ ଦୋଳିରେ ଖେଳୁଥିବା ବେଳେ ହଠାତ୍‌ କୌଣସି କାରଣବସଶତଃ ଦୋଳିଟି ୫୦ ଫୁଟ ଉପରୁ ତଳକୁ ଖସିପଡିଥିଲା । ଫଳରେ ଦୋଳିରେ ବସିଥିବା ୫୦ ଜଣ ଆହତ ହୋଇଥିଲେ । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା । ଏହି ଅଘଟଣ ଯୋଗୁଁ ଯଦି ଆୟୋଜକଙ୍କ ତରଫରୁ କିଛି ଭୁଲ ଥାଏ ତେବେ ଆଇନ ଅନୁଯାୟୀ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ କହିଛନ୍ତି DSP ହର୍ଷିମ୍ରାନ ସିଂହ । ଏନେଇ ଡାକ୍ତର ସୁଭାଷ କହିଛନ୍ତି ଯେ, ‘ହସ୍ପିଟାଲରେ ୫ଜଣ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କ ଅବସ୍ଥା ଏବେ ଭଲ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking