କଟକ: ପଦ୍ମଶ୍ରୀ କମଳା ପୂଝାରୀ ଏସ ସି ବି ମେଡିସିନ ଆଇସିୟୁରେ ଚିକିତ୍ସା ହେଉଥିବା ସମୟରେ ତାଙ୍କ ନିକଟରେ ଥିବା ଜୈନେକ ମହିଳା ନିଜେ ନାଚିବା ସହିତ କମଳାଙ୍କୁ ନୃତ୍ୟ କରିବାକୁ ଚେଷ୍ଟା କରିବାର ଭିଡ଼ିଓ ଭାଇରାଲ ହେବା ପରେ ବିବାଦ ବଢ଼ିବାରେ ଲାଗିଛି । ଏନେଇ ଏସ ସି ବି ଜରୁରୀକାଳୀନ ଅଧିକାରୀ ଫୋନ୍ ଯୋଗେ ତାଙ୍କ ପ୍ରତିକ୍ରିୟା ଦେଇଛନ୍ତି। ଏ ସମ୍ପର୍କରେ ସେମାନଙ୍କ ନିକଟରେ ସୂଚନା ନଥିଲା । କମଳାଙ୍କ ଦେଖାଶୁଣା କରିବା ପାଇଁ ସେ ମହିଳା ଜଣକ ତାଙ୍କ ସହିତ ଥିଲେ। ତେବେ ସେ କେତେବେଳେ ଏପରି କରିଛନ୍ତି,କାହାକୁ ଜଣାନାହିଁ । ମେଡ଼ିକାଲ ପ୍ରଶାସନ ଗଣମାଧ୍ୟମରୁ ଏହା ଜାଣିବାକୁ ପାଇଲେ। ତେବେ କିପରି ଓ କେଉଁ ପରିସ୍ଥିତିରେ ଏହା ଘଟିଲା,ସେ ନେଇ ତଦନ୍ତ କରାଯିବ । ଆଗକୁ ଏହି ବିଷୟ ପ୍ରତି ମଧ୍ୟ ଅଧିକ କଡାକଡି ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ଡାକ୍ତର ମହାରଣା କହିଛନ୍ତି।