ଭୁବନେଶ୍ଵର : ପବିତ୍ର ନୂଆଁଖାଇ ଅବସରରେ ଭିଡ଼ିଓ ବାର୍ତ୍ତା ଜରିଆରେ ଶୁଭେଚ୍ଛା ଜଣାଇଲେ କେନ୍ଦ୍ର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ପର୍ବ ‘ନୂଆଁଖାଇ’। ଏହି ଅବସରରେ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରୀ ଭାଷାରେ ଏକ ଭିଡିଓ ବାର୍ତ୍ତା ଜାରି କରି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ସେ କହିଛନ୍ତି ଯେ, ଆଜି ହେଉଛି ପବିତ୍ର ନୂଆଁଖାଇ ପର୍ବ। ଏହି ଅବସରରେ ମୁଁ ମା’ ସମଲେଇ, ମା’ ମାଣିକେଶ୍ଵରୀ, ମା’ ପାଟଣେଶ୍ଵରୀ, ମା’ ସୁରେଶ୍ଵରୀ, ମା’ ବିନ୍ଧ୍ୟବାସିନୀ ଓ ମା’ ରାମଚଣ୍ଡୀଙ୍କ ପାଦତଳେ ମୁଣ୍ଡିଆ ମାରୁଛି। ଆରାଧ୍ୟା ଦେବୀ ମା’ମାନେ ଆମ ସମସ୍ତଙ୍କୁ ତାଙ୍କର ପଣତକାନି ତଳେ ଆଶ୍ରା ଦେଇ ସାହା ହୋଇଥାନ୍ତୁ। ନୂଆଁଖାଇ ହେଉଛି ପରିବାର ଏବଂ ସମାଜ ଭିତରେ ସ୍ନେହ, ଶ୍ରଦ୍ଧା ସହ ଭାଇଚାରା ବଢାଇବାର ଅବସର । ପରିବାର ମଜବୁତ୍ ହେଲେ ସମାଜ ମଜବୁତ୍ ହେବ ଏବଂ ସମାଜ ମଜବୁତ୍ ହେଲେ ଦେଶ ମଜବୁତ ହେବ ଓ ଆଗକୁ ବଢ଼ିବ । ତେଣୁ ନୂଆଁଖାଇରେ ଦେଶକୁ ମଜବୁତ୍ କରିବା ପାଇଁ ସମସ୍ତେ ସଂକଳ୍ପ କରିବା ଦରକାର ।
ନୂଆଁଖାଇ ଆମର ପରିଚୟ ଓ ଆମର ସଂସ୍କୃତିର ପ୍ରତୀକ । ତେଣୁ ଏହି ପବିତ୍ର ଦିବସର ଭାଇଚାରା ବଢ଼ାଇବାର ସନ୍ଦେଶକୁ ବ୍ୟାପକ କରି ସୁନ୍ଦର ସମାଜ ତିଆରି କରିବା ପାଇଁ ଧର୍ମେନ୍ଦ୍ର ପ୍ରଧାନ ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଏ ସମୟ ହେଉଛି ସମସ୍ତେ ମିଳିମିଶି କରି ଦେଶର ଚାଷ ଏବଂ ଚାଷୀର ଅବସ୍ଥାକୁ ମଜବୁତ୍ କରିବାର ସମୟ ।
ମହାପ୍ରଭୁ ଓ ଆରାଧ୍ୟା ଦେବୀ ମାଆ ମାନଙ୍କ ଶୁଭ ଆଶୀର୍ବାଦ ସମସ୍ତଙ୍କ ଉପରେ ରହିଥାଉ । ନୂଆଁଖାଇ ସମସ୍ତଙ୍କ ଜୀବନରେ ଓ ପରିବାରରେ ଶାନ୍ତି, ସମୃଦ୍ଧି ସହ ଖୁସି ଏବଂ ଆନନ୍ଦ ଆଣିଦେଉ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରାର୍ଥନା କରିଛନ୍ତି ।
ନୂଆଁଖାଇ ଜୁହାର୍ 🙏
ନୂଆଁଖାଇ ଅବ୍ସର୍ ଥି ଗୁରୁଜନ୍, ଦାଦା- ଭାଏ ଆଉ ମାଁ- ବହେନ୍ ମାନ୍କୁଁ ନୂଆଁଖାଇ ଜୁହାର୍ ଜନଉଁଛେଁ । ନୂଆଁଖାଇ ଆପଣ୍ ମାନକଁର୍ ଜୀବନ୍ ଥି ଆଉ ପରିବାର୍ ଥି ଶାନ୍ତି, ସମୃଦ୍ଧି ସାଙ୍ଗେ ଖୁସି ଆଉ ଆନନ୍ଦ୍ ଆନୁ । #NuaKhai pic.twitter.com/nu9yyijILx
— Dharmendra Pradhan (@dpradhanbjp) September 1, 2022