ନୂଆଦିଲ୍ଲୀ :ମନି ଲଣ୍ଡରିଂ ମାମଲାରେ ବଲିଉଡ୍ ଅଭିନେତ୍ରୀ ଜ୍ୟାକ୍ଲିନ୍ ଫର୍ଣ୍ଣାଣ୍ଡିଜ୍ଙ୍କୁ ଦିଲ୍ଲୀର ପାତିଆଲା ହାଉସ୍ କୋର୍ଟ ସମନ କରିଛନ୍ତି। ବୁଧବାର ଏହି ମାମଲାର ଶୁଣାଣି ପରେ କୋର୍ଟ ସେପ୍ଟେମ୍ବର ୨୬ ତାରିଖରେ ହାଜର ହେବାକୁ ଜ୍ୟାକ୍ଲିନ୍ଙ୍କୁ କହିଛନ୍ତି । ନିକଟରେ ଇଡି ଏହି ମାମଲାରେ ତାଙ୍କୁ ଅଭିଯୁକ୍ତ କରିଥିଲା । ସେହିପରି ସେପ୍ଟେମ୍ବର ୧୨ରେ ଦିଲ୍ଲୀ ପୁଲିସ ମଧ୍ୟ ତାଙ୍କୁ ଜେରା କରିବ ।