29.1 C
Bhubaneswar
Monday, November 18, 2024
Homeମନୋରଞ୍ଜନଟ୍ରାଡିସ୍ନାଲ୍ ଲୁକରେ ନଜର ଆସିଲେ ଉର୍ଫି ଜାଭେଦ

ଟ୍ରାଡିସ୍ନାଲ୍ ଲୁକରେ ନଜର ଆସିଲେ ଉର୍ଫି ଜାଭେଦ

ନୂଆଦିଲ୍ଲୀ : ଅଭିନେତ୍ରୀ ଉର୍ଫି ଜାଭେଦ୍ ତାଙ୍କ ଅଜବ ଲୁକସ ହେତୁ ଚର୍ଚ୍ଚାରେ ରୁହନ୍ତି। ସେ ନିଜେ ଡ୍ରେସ ଗୁଡ଼ିକୁ ଡିଜାଇନ୍ କରନ୍ତି ଏବଂ ତାହାକୁ ପିନ୍ଧି ଆଲୋଚନାର ବିଷୟ ପାଲଟନ୍ତି। ତାଙ୍କର ବୋଲ୍ଡ ଏବଂ ଅଦ୍ଭୁତ ଅନ୍ଦାଜକୁ କିଛି ଲୋକ ପସନ୍ଦ କରୁଥିବା ବେଳେ ଅନେକ ତାଙ୍କୁ ଟ୍ରୋଲ୍ ମଧ୍ୟ କରନ୍ତି। ବର୍ତ୍ତମାନ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ତାଙ୍କୁ ସଂସ୍କାରୀ ରୂପରେ ଦେଖିବାକୁ ମିଳିଛି। ଗଣେଶ ଚତୁର୍ଥି ଅବସରରେ ସେ ‘ଶ୍ରୀ ଗଣେଶ ଧିମହି’ ଗୀତ ମଧ୍ୟ ଗାଇଛନ୍ତି। ତାଙ୍କର ଏହି ଅବତାରକୁ ଫ୍ୟାନ୍ସ ବହୁତ ପସନ୍ଦ କରୁଛନ୍ତି। ପ୍ରାୟତଃ ବୋଲ୍ଡ ଡ୍ରେସରେ ଦେଖାଯାଉଥିବା ଉର୍ଫି ଗଣେଶ ଚତୁର୍ଥି ଅବସରରେ ସାଲୱାର ସୁଟ୍ ପିନ୍ଧିଥିବାର ନଜର ଆସିଛନ୍ତି। ସେ ଏହି ଲୁକରେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି। ଅଭିନେତ୍ରୀଙ୍କ ଏହି ଲୁକ୍ ଦେଖିବା ପରେ ଫ୍ୟାନ୍ସ ତାଙ୍କର ଦିୱାନା ହୋଇଯାଇଛନ୍ତି। ସେ ଉର୍ଫିଙ୍କ ପୋଷ୍ଟରେ କମେଣ୍ଟ ଦେଇ ନିଜର ପ୍ରତିକ୍ରିୟା ଦେଉଛନ୍ତି। ଜଣେ ଲେଖିଛନ୍ତି, ‘ନକାରାତ୍ମକତା ଠାରୁ ଦୂରରେ ରୁହ, ତୁମେ ଭଲ କରୁଛ।’ ଅନ୍ୟ ଜଣେ ଲେଖିଛନ୍ତି, ‘ବହୁତ ସୁନ୍ଦର ଏହି ଫ୍ୟାଶନକୁ ଫଲୋ କର।’

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking